ETV Bharat / city

ଶିକ୍ଷା ଉଭୟ ସରକାରଙ୍କ ଦାୟିତ୍ବ, ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନର ଆରମ୍ଭ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : Aug 22, 2021, 7:15 AM IST

ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଜ୍ଞାନ ସହ ରୋଜଗାର ଦେବା ଉପରେ ଉଭୟ ସରକାର ଦାୟିତ୍ବ ନେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନ ଆରମ୍ଭ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଶିକ୍ଷା ଉଭୟ ସରକାରଙ୍କ ଦାୟିତ୍ବର ବିଷୟ । ଏହି ବ୍ୟବସ୍ଥାକୁ ସୁଚାରୁ ରୂପେ ଚଳାଇବା ପାଇଁ ଉଭୟ ଭାରତ ଓ ଓଡିଶା ସରକାରଙ୍କ ଦାୟିତ୍ବ ରହିଛି । ଓଡ଼ିଶା ଗସ୍ତରେ ଆସି ଉଚ୍ଚଶିକ୍ଷା ବିଭାଗ ସହିତ ଆଲୋଚନା ପରେ ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଧର୍ମେନ୍ଦ୍ର ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ବିଶେଷ ଭାବେ କୋରୋନା ମହାମାରୀ ପରେ ସ୍କୁଲ କଲେଜ ଗୁଡିକ ବନ୍ଦ ଥିଲା ଏବେ ଖୋଲିଛି । ଶିକ୍ଷାନୁ୍ଷ୍ଠାନ ଖୋଲିବା ପରେ କ'ଣ ସବୁ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଜାଣିବା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଧର୍ମେନ୍ଦ୍ର। ଏଣୁ ଓଡି଼ଆ ତାଙ୍କର ମାତୃଭାଷା ଏବଂ ସାମାଜିକ ଜୀବନରେ ଓଡି଼ଶାକୁ ଅଧିକ ଜାଣିଛନ୍ତି ଏବଂ ବୁଝିଛନ୍ତି । ସେଥିପାଇଁ ଓଡି଼ଶାକୁ ଆସି ଏଠାକାର ଏଜୁକେସନାଲ ସିଷ୍ଟମକୁ ବୁଝିବା ପାଇଁ ସେ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ଶିକ୍ଷା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଗଣଶିକ୍ଷା ବିଭାଗରେ ଚାଲୁଥିବା ଉଭୟ ସରକାରଙ୍କ ପ୍ରୟାସ ସମ୍ପର୍କରେ ସେ ଅଧିକାରୀଙ୍କ ଠାରୁ ବୁଝିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ହିସାବରେ ସେ ଦାୟିତ୍ବକୁ ଆହୁରି ପ୍ରଭାବଶାଳୀ ଓ ସକ୍ରିୟ କରିବା ପାଇଁ ଗୋଟିଏ ପ୍ରାଇମେରୀ ସ୍କୁଲର ଛାତ୍ର ଭାବେ ଏଠାକୁ ବୁଝିବାକୁ ଆସିଥିଲି ବୋଲି କହିଥିଲେ । ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ରେ ଲାଗୁ ହୋଇଛି । ରାଜ୍ୟ ସ୍ତରରେ ତାହା କିପରି ପ୍ରଣୟନ ହେଉଛି, ଏହାକୁ ସମୀକ୍ଷା ପାଇଁ ସେ ଆସିଥିଲେ ଓ ବୈଠକ ନିଶ୍ଚିତ ଭାବରେ ଫଳପ୍ରଦ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡିଶାରେ ୮୩ ଲକ୍ଷ ପିଲା ପାଠ ପଢୁଛନ୍ତି । ସମଗ୍ର ଭାରତବର୍ଷରେ ୩୦ କୋଟିରୁ ଅଧିକ ପିଲା ପାଠ ପଢୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଜ୍ଞାନ ସହ ରୋଜଗାର ଦେବା ଉପରେ ଜୋର ଦେବା ପାଇଁ ପଡିବ । ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନ ଆରମ୍ଭ କରାଯାଇଛି । ତାକୁ କେମିତି ଓଡିଶା ସମେତ ଅନ୍ୟ ରାଜ୍ୟ ଗୁଡିକରେ କ୍ରିୟାନ୍ଵୟନ କରାଯିବ । ଏହା ସବୁଠୁ ବଡ ଦାୟିତ୍ଵ ବୋଲି ଧର୍ମେନ୍ଦ୍ର କହିଛନ୍ତି । ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ଓଡିଶାର ମେଧାଶକ୍ତି । ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମିଶି ଓଡି଼ଶାକୁ ଏକବିଂଶ ଶତାବ୍ଦୀର ଷ୍ଟେଜ ହୋଲଡର କରିବାକୁ ପଡିବ। ଯେଉଁଥିରେ ଲୋକ ସ୍ବାବଲମ୍ବୀ, ଜ୍ଞାନବାନ ଓ ଆତ୍ମନିର୍ଭର ହୋଇପାରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଆଗାମୀ ୨ ବର୍ଷ ମଧ୍ୟରେ ୫୦ ହଜାର ବିଦ୍ୟାଳୟରେ ପାନୀୟ ଜଳ, ବିଜୁଳି, ଇଣ୍ଟରନେଟ, ଶୌଚାଳୟ ଓ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ପାଇଁ ଯୋଜନା କରାଯାଉଛି । ତେବେ ସୂଚନା ଥାଉ କି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହା ଥିଲା ପ୍ରଥମ ଓଡି଼ଶା ଗସ୍ତ । ଗସ୍ତ କାର୍ଯ୍ୟକ୍ରମର ତୃତୀୟ ଦିନରେ ସେ ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.