ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ଯେକୌଣସି ସରକାରୀ କର୍ମଚାରୀ ହୁଅନ୍ତୁ ନ କାହିଁକି ଅବସର ଦିନଠୁ ହିଁ ପାଇବେ ପୂରା ପେନସନ। ଏହି ବ୍ୟବସ୍ଥା ଆଜିଠୁ କାର୍ଯ୍ୟକାରୀ ହୋଇଛି।
ଲୋକସେବା ଭବନରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ନିଜେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। 5 ଜଣ କର୍ମଚାରୀଙ୍କୁ ପେନସନ ବହି ସମେତ ସମସ୍ତ କାଗଜପତ୍ର ପ୍ରଦାନ କରିଛନ୍ତି ସରକାର। ପ୍ରଥମ ଦିନରେ 107 କର୍ମଚାରୀ ଏହି ସୁବିଧା ହାତେଇଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ