ETV Bharat / city

3ରୁ 4 ଦିନରେ ସୁଧୁରିବ ବିଦ୍ୟୁତ ସଙ୍କଟ

କେନ୍ଦ୍ରାପଡ଼ା ଜିଲ୍ଲାରେ 75 ପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ 3 ରୁ 4 ଦିନରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ। ଲୋକଙ୍କୁ ବିଦ୍ୟୁତ ଓ ପାନୀୟ ଯୋଗାଣ ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛି ସରକାର ।

author img

By

Published : May 6, 2019, 10:49 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ବାତ୍ୟା ଫନି ପରେ ଖେଳିଯାଇଛି ଘନ ଅନ୍ଧାର । ନିଶବ୍ଦ ରାତିରେ ପରିଣତ ହୋଇଛି ସ୍ମାର୍ଟସିଟି । ଆଉ ଏଭଳି ସ୍ଥିତିରେ ଲୋକଙ୍କୁ ବିଦ୍ୟୁତ ଓ ପାନୀୟ ଯୋଗାଣ ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛି ସରକାର । ଧୀରେ ଧୀରେ କରି ସ୍ୱାଭାବିକ ହେଉଛି ବିଦ୍ୟୁତ ସେବା । କେନ୍ଦ୍ରାପଡ଼ା ଜିଲ୍ଲାରେ 75 ପ୍ରତିଶତ ସମ୍ପୁର୍ଣ୍ଣ ହୋଇଥିବାବେଳେ ଆଉ 3 ରୁ 4 ଦିନରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ସହରର 60 ପ୍ରତିଶତ ଅଞ୍ଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରିଛି । ହେଲେ ମୁଣ୍ଡଳୀ ବ୍ୟାରେଜରୁ ଜଳ ସଂଯୋଗ ବିଳମ୍ବ ହେତୁ ବାକି ଅଞ୍ଚଳରେ ଜଳ ଯୋଗାଣ ବିଳମ୍ବିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ସ୍ୱାଭାବିକ ହେବାର ସମ୍ଭାବନା ରହିଥିବା କହିଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ଏହାସହ ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଗଛ କଟା ଓ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଦ୍ୟମ ଚାଲିଥିଲେ ବି ପରିସ୍ଥିତି କେବେ ସ୍ୱାଭାବିକ ହେବ ସେନେଇ ବିଭାଗ ପକ୍ଷରୁ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଶକ୍ତି ସଚିବ।

ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପ ସହ କିଛି ସ୍ଥାନରେ ବିଦ୍ୟୁତ ଯୋଗାଣ ସ୍ୱଭାବିକ ହୋଇଥିଲେ ବି ସହରର 50 ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । ବାକି 5 ଦିନରେ ଏହା ଶେଷ ହେବା ବୋଲି କହିଛନ୍ତି ଶକ୍ତି ସଚିବ।

ଭୁବନେଶ୍ୱରରେ 4 ଫିଡରକୁ ସଂଯୋଗ ସମ୍ଭବ ହୋଇଥିଲେ ମଧ୍ୟ ଆସନ୍ତାକାଲି ଆଉ 5ଟି ଫିଡର ସ୍ୱାଭାବିକ ହେବ। ସହିଦନଗର, ୟୁନିଟ 6, ଗ୍ରୀଡ୍କୋ କଲୋନି, ୟୁନିଟ 8, ବରଗଡ଼ ବ୍ରିଟ କଲୋନିରେ ଫିଡର ଚାର୍ଜ ହୋଇଛି। ଆଜି 10 ପ୍ରତିଶତ ଲୋକଙ୍କ ନିକଟରେ ବିଦ୍ୟୁତ ସେବା ପହଞ୍ଚି ଥିବାବେଳେ ଆସନ୍ତାକାଲି ଆଉ 25 ପ୍ରତିଶତ ଅଞ୍ଚଳରେ ଏହି ସେବା ପହଞ୍ଚିବ। ଅଗ୍ନିଶମ ବିଭାଗର 263 ଟିମ ଗଛକଟା କାମରେ ନିୟୋଜିତ ହେବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.