ETV Bharat / city

ତେଲ ତାତି; ବିଧାନସଭାରେ ଭାଟ୍‌ ପ୍ରତ୍ୟାହାର କରିବାକୁ ଦାବି କଲା କଂଗ୍ରେସ - odisha budget session

ଦେଶରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ଛାଡ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଅଧିକ ପଢନ୍ତୁ...

ବିଧାନସଭାରେ ଭାଟ୍‌ ପ୍ରତ୍ୟାହାର କରିବାକୁ ଦାବି କଲା କଂଗ୍ରେସ

author img

By

Published : Feb 23, 2021, 1:21 PM IST

ଭୁବନେଶ୍ବର: ବିଧାନସଭାରେ ବର୍ଦ୍ଧିତ ତୈଳ ଦର ପ୍ରସଙ୍ଗ ଉଠାଇଲା କଂଗ୍ରେସ। ଗୃହରେ ବିଧାୟକ ତାରା ବାହିନୀପତି ଦରଦାମ ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କ ସମୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବାରେ ଲାଗିଛି । ମହାମାରୀ ସମୟରେ କେନ୍ଦ୍ର ସରକାର ପେଟ୍ରୋଲରେ 10 ଟଙ୍କା ଓ ଡିଜେଲରେ 13 ଟଙ୍କା ପର୍ଯ୍ୟନ୍ତ ବଢିଛି । ରନ୍ଧନ ଗ୍ୟାସ ମଧ୍ୟ 800 ଟଙ୍କାରେ ପହଞ୍ଚିଛି । ଏହା ଉପରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ 4 ଟଙ୍କା ବୃଦ୍ଧି କରିଛନ୍ତି ।

କଂଗ୍ରେସ ସମୟରେ ତୈଳ ଦର କମ ରହିଥିଲା । ସେହି ସମୟରେ ବିଜେପି -ବିଜେଡି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିଲେ । ଏବେ ସେ ସବୁ କୁଆଡେ ଗଲା ବୋଲି ବାହିନୀପତି ଗୃହରେ ପ୍ରଶ୍ନ କରିଥିଲେ । ତେଣୁ କେନ୍ଦ୍ର ସରକାର ବଢାଇଥିବା କେନ୍ଦ୍ର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ବଢାଇଥିବା ଭାଟ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.