ଭୁବନେଶ୍ବର: ଆସନ୍ତା 6 ତାରିଖରୁ ସମ୍ମୁଖ ଯୋଦ୍ଧା ପାଇବେ କୋରୋନା ଟିକା । ଏନେଇ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜାନୁଆରୀ 16 ତାରିଖରେ ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହୋଇଥିଲା । ରାଜ୍ୟରେ ଥିବା କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର 161ଟି କେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ