ETV Bharat / city

ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ - 2022 ଶିକ୍ଷା ବର୍ଷ

ଚଳିତ ବର୍ଷ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ପିଲା ପଢିବେ ଶତ ପ୍ରତିଶତ ସିଲାବସ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ହେଲେ 2021-2022 ମସିହାରେ ଫେଲ ହୋଇଥିବା ପିଲା କିନ୍ତୁ 2022 ମସିହା ପୁରୁଣା ସିଲାବସରେ ପରୀକ୍ଷା ଦେବେ । ଅଧିକ ପଢନ୍ତୁ

ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ

author img

By

Published : Jul 19, 2022, 9:23 PM IST

ଭୁବନେଶ୍ବର : ଚଳିତ ବର୍ଷ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ପିଲା ପଢିବେ ଶତ ପ୍ରତିଶତ ସିଲାବସ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ହେଲେ 2021-2022 ମସିହାରେ ଫେଲ ହୋଇଥିବା ପିଲା କିନ୍ତୁ 2022 ମସିହା ପୁରୁଣା ସିଲାବସରେ ପରୀକ୍ଷା ଦେବେ ।

ଦୀର୍ଘ ଦୁଇ ବର୍ଷ ପରେ ପୁଣି ଯୁ୍କ୍ତ ଦୁଇ ସିଲାବସକୁ 100 ପ୍ରତିଶତ ବଢାଯାଇଛି । କରୋନା କଟକଣା କାରଣରୁ କଲେଜ ବନ୍ଦ ରହିଥିଲା । ଫଳରେ ଅନଲାଇନ ମାଧ୍ୟମରେ କ୍ଲାସ କରିବା ପାଇଁ ପିଲାଙ୍କୁ କୁହାଯାଇଥିଲା । ଅନ ଲାଇନରେ ପାଠ ପଢାରେ ଅସୁବିଧା ହେଉଥିବାରୁ ତଥା 100 ପ୍ରତିଶତ ସିଲାବସ କିପରି ସମ୍ପୁର୍ଣ୍ଣ କରାଯିବ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ 30 ପ୍ରତିଶତ ସିଲାବସ କମାଇ ଦିଆଯାଇଥିଲା ।

କରୋନା କାଳରେ ଛାତ୍ରଛାତ୍ରୀ ମାନେ 70 ପ୍ରତିଶତ ସିଲାବସରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ତେବେ 2022-2023 ଯୁକ୍ତ ଦୁଇ ଶିକ୍ଷା ବର୍ଷ ଛାତ୍ରଛାତ୍ରୀ ଏଥର 100 ପ୍ରତିଶତ ସିଲାବସ ପଢିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.