ଭୁବନେଶ୍ବର: ବସ ଚଳାଚଳ ଆରମ୍ଭ ହେବା ପରେ ବି ସ୍ଥିତି ସ୍ବାଭାବିକ ନ ହୋଇ ପାରିବା ନେଇ ପରିବହନ ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଧୀରେ ଧୀରେ ପରିସ୍ଥିତି ସ୍ବଭାବିକ ହେବ । ଏବେ କମ ଲୋକରେ ଚାଲୁଛି ବସ ।
ଆସନ୍ତା 1 ତାରିଖ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେବା ନେଇ ଆଶା ରଖିଛୁ । ଲକଡାଉନ ପାଇଁ ବର୍ତ୍ତମାନ ବସ ଗୁଡିକର ଉପଯୁକ୍ତ କର୍ମଚାରୀ ନାହାନ୍ତି ସେଥିପାଇଁ ପାଇଁ ସ୍ଥିତି ସ୍ବାଭାବିକ ହେଉନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ