ETV Bharat / city

ଅସୁରକ୍ଷିତ ରାଜଧାନୀ ! ଗଞ୍ଜେଇ ପାଇଁ ବିଚ୍ ରାସ୍ତାରେ ସାଙ୍ଗକୁ ହାଣିଲା ସାଙ୍ଗ - ganja

ରାଜଧାନୀରେ ଦିନ ଦ୍ବିପ୍ରହରରେ ଘଟୁଛି ଅପରାଧ। କଥା କଥାରେ ଫୁଟୁଛି ଗୁଳି ଓ ହେଉଛି ଛୁରାମାଡ। ଏମିତି ଏକ ଘଟଣା ଘଟିଛି ଷ୍ଟେସନ୍ ବଜାର ନିକଟରେ ଥିବା ଗାଡ଼ି ପାର୍କିଂରେ। ଦୁଇ ସାଙ୍ଗ ମଧ୍ୟରେ କିଛି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ପରେ ପରେ ଏହି ଘଟଣା ଉଗ୍ରରୂପ ନେବା ସହ ଜଣେ ସାଙ୍ଗ ଅନ୍ୟ ଏକ ସାଙ୍ଗକୁ ବିଚ୍ ରାସ୍ତାରେ ଭୁଜାଲିରେ ଆକ୍ରମଣ କରିବାକୁ ପଛାଇନଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : May 13, 2019, 11:43 AM IST

ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ବିପ୍ରହରରେ ଘଟୁଛି ଅପରାଧ। କଥା କଥାରେ ଫୁଟୁଛି ଗୁଳି ଓ ହେଉଛି ଛୁରାମାଡ। ଏମିତି ଏକ ଘଟଣା ଘଟିଛି ଷ୍ଟେସନ୍ ବଜାର ନିକଟରେ ଥିବା ଗାଡ଼ି ପାର୍କିଂରେ। ଦୁଇ ସାଙ୍ଗ ମଧ୍ୟରେ କିଛି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ପରେ ପରେ ଏହି ଘଟଣା ଉଗ୍ରରୂପ ନେବା ସହ ଜଣେ ସାଙ୍ଗ ଅନ୍ୟ ଏକ ସାଙ୍ଗକୁ ବିଚ୍ ରାସ୍ତାରେ ଭୁଜାଲିରେ ଆକ୍ରମଣ କରିବାକୁ ପଛାଇନଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣା ପରେ ସ୍ଥାନୀୟ ଲୋକ ଏସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ସଙ୍ଗେ ସଙ୍ଗେ ଆକ୍ରମଣର ଶିକାର ହୋଇଥିବା ଯୁବକକୁ କ୍ୟାପିଟାଲ ହସ୍ପିଟାଲ ନେବା ସହ ଆକ୍ରମଣକାରୀ ଯୁବକକୁ କାବୁ କରି ଥାନାରେ ଅଟକ ରଖିଛି।

ଖବର ଅନୁଯାୟୀ, ରବିବାର ମଧ୍ୟାହ୍ନ 12 ଟା ସମୟରେ ରାଜୁ ଗିରି ନାମକ ଯୁବକ ଷ୍ଟେସନରେ ପିଇବା ପାଣି ବୋତଲ ବିକ୍ରି କରେ। ଯୁବକ ଜଣକ ବୋତଲ ବିକ୍ରି କରି ଖାଇବାକୁ ଆସିଥିଲା ଷ୍ଟେସନ ବାହାରକୁ। ହୋଟେଲ୍ ରେ ଖାଉଥିବା ବେଳେ ତାର ଏକ ସାଙ୍ଗ କାଳୁ ନାମକ ଯୁବକ ଖାଇବା ସହ ଗଞ୍ଜେଇ ଦେବା ପାଇଁ କହିଥିଲା। ରାଜୁ ଗଞ୍ଜେଇ ନଦେବାରୁ ଆକ୍ରମଣ କରିଥିଲା କାଳୁ।

ପରେ ଦୁହେଁ ଦୁହିଁଙ୍କୁ ଆକ୍ରମଣ କରିବା ସହ କାଳୁ ଏକ ଭୁଜାଲିରେ ରାଜୁ ହାତକୁ ହାଣି ଦେଇଥିଲା। ଏପରି ଅମାନୁଷିକ କାଣ୍ଡ କରିବା ପରେ ରାଜୁ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିଲା । ହେଲେ ଠିକ ସମୟରେ ପୋଲିସ ପହଁଞ୍ଚି ରାଜୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଅଭିଯୁକ୍ତ କାଳୁକୁ ଥାନାରେ ଅଟକ ରଖିଛି ।

ସୂଚନା ଅନୁସାରେ, ଆକ୍ରମଣକାରୀ ଯୁବକ କାଳୁ ବିଏମସି ପକ୍ଷରୁ ଷ୍ଟେସନ ବଜାରରେ ଗାଡ଼ି ପାର୍କିଂରେ କାମ କରେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

sdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.