ETV Bharat / city

ଶୁକ୍ରବାର ଠୁ ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

author img

By

Published : Jan 9, 2020, 7:30 PM IST

ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନ କରିବା ଲାଗି ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଜାନୁଆରୀ 11 ତାରିଖରେ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ସିଏଏ ବାବଦରେ କରିବେ ସମ୍ବୋଧିତ ।

giriraj singh
ସିଏଏ ସଚେତନତା କାର୍ଯ୍ୟକ୍ରମ, ଶୁକ୍ରବାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନ କରିବା ଲାଗି ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଜାନୁଆରୀ 11 ତାରିଖରେ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ସିଏଏ ବାବଦରେ କରିବେ ସମ୍ବୋଧିତ ।

କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜ ସିଂହ ଆସନ୍ତାକାଲି ଅପରାହ୍ନ 1ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଭୁବନେଶ୍ବରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି 9ଟାରେ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରିବେ ।

ଶନିବାର ଦିନ 10ଟାରେ ମନ୍ତ୍ରୀ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ଜନ ଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ସିଏଏ ବାବଦରେ ସଚେତନତା ସୃଷ୍ଟି କରିବା ଲାଗି ବିଜେପି ବିଭିନ୍ନ ସ୍ଥାନରେ ସଭା କରି ଲୋକଙ୍କୁ ସଚେତନ କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଜାନୁଆରୀ ୧୧ ତାରିଖ ଶନିବାର ଦିନ ସମ୍ବଲପୁରଠାରେ ସାଧାରଣ ସଭାରେ ଯୋଗ ଦେଇ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଆସନ୍ତକାଲି ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ମତ୍ସ୍ୟ ,ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଆସନ୍ତାକାଲି ଅପରାହ୍ନ ୧ ଟାରେ
ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଶ୍ରୀ ସିଂହ ଭୁବନେଶ୍ୱର ଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାତି ୯ ଟାରେ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରିବେ । ଜାନୁଆରୀ ୧୧ ତାରିଖ ଶନିବାର ଦିନ ୧୦ଟା ସମୟରେ ଶ୍ରୀ ସିଂହ ସମ୍ବଲପୁରଠାରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ଜନ ଜାଗରଣ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରିବେ ବୋଲି ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ
ସାମଲ ସୂଚନା ଦେଇଛନ୍ତି ।
ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର
ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ
ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ
ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ
ବିଭ୍ରାନ୍ତ କରୁଛନ୍ତି ଶ୍ରୀ ସାମଲ କହିଛନ୍ତି ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.