ETV Bharat / city

ଜୁନ ଯାଏ ହିତାଧିକାରୀଙ୍କୁ ମାଗଣାରେ ମିଳିବ 5 କେଜି ଚାଉଳ, 1 କେଜି ଡାଲି - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ । ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ତିନି ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

free-ration-will-be-provided-to-beneficiaries-for-3-month
ଜୁନ ଯାଏ ହିତାଧିକାରୀଙ୍କୁ ମାଗଣାରେ ମିଳିବ 5 କେଜି ଚାଉଳ, 1 କେଜି ଡାଲି
author img

By

Published : Apr 12, 2020, 1:01 AM IST

ଭୁବନେଶ୍ବର: କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଓଡିଶା ସମେତ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାର ହିତାଧିକାରୀଙ୍କୁ ଚାଉଳ ଓ ଡାଲି ପ୍ରଦାନ କରାଯିବ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ବିନା ମୂଲ୍ୟରେ ତିନି ମାସ ପାଇଁ ଦିଆଯିବ ।

ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ । ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ତିନି ମାସର ଚାଉଳ ସହିତ ପରିବାର ପିଛା ମାସକୁ ଏକ କେଜି ହରଡ ଡାଲି ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇଦେବାକୁ କୁହାଯାଇଛି । ଏଥିପାଇଁ ତୁରନ୍ତ ଚାଉଳ ଓ ଡାଲି ଉଠାଣ ସହ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଯୋଜନାରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ ଲକ୍ଷ ୨୬ ହଜାର ୩୭୫ଟି ପରିବାରର ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ଜଣ ହିତାଧିକାରୀ ଏବଂ ଅନ୍ତଦ୍ୟୋୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ତିନି ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ରାସନକାର୍ଡଧାରୀଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଉଥିବା ଚାଉଳ ସହିତ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ଦିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.