ETV Bharat / city

ଓଡିଶା ଶିଳ୍ପୀ ମହାସଂଘର ମହାନତା: ଟେରାକୋଟା କାରିଗରଙ୍କ ପାଇଁ ନିଶୁଳ୍କ ଭୋଜନ ବ୍ୟବସ୍ଥା - terracotta exhibition in bbsr

ରାଜଧାନୀର ଏକାମ୍ର ହାଟରେ ଚାଲିଛି ଟେରାକୋଟା ହସ୍ତକଳା ସ୍ବତନ୍ତ୍ର ପ୍ରଦର୍ଶନୀ । ଅଂଶ ଗ୍ରହଣ କରିଥିବା ସମସ୍ତ କାରିଗରଙ୍କ ପାଇଁ ନିଶୁକ୍ଳ ଭୋଜନ ବ୍ୟବସ୍ଥା କଲା ଓଡିଶା ଶିଳ୍ପୀ ମହାସଂଘ । ଅଧିକ ପଢନ୍ତୁ...

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଟେରାକୋଟା କାରିଗରଙ୍କ ପାଇଁ ନିଶୁଳ୍କ ଭୋଜନ ବ୍ୟବସ୍ଥା

author img

By

Published : Oct 24, 2021, 6:13 PM IST

ଭୁବନେଶ୍ବର: ଏକାମ୍ର ହାଟ ପରିସରରେ ଚାଲିଛି ଟେରାକୋଟା ହସ୍ତକଳା ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଟେରାକୋଟା କାରିଗରଙ୍କ ପାଇଁ ସମ୍ପର୍ଣ୍ଣ ନିଶ୍ଳୁକ ଭୋଜନ ବ୍ୟବସ୍ଥା କରିଛି ଓଡିଶା ଶିଳ୍ପୀ ମହାସଂଘ । ଗତ ୨୦ ତାରିଖ ରାତିରୁ ଆରମ୍ଭ ହୋଇଥିବା ଏହି ଭୋଜନ ବ୍ୟବସ୍ଥା ଆସନ୍ତା ୩୧ ଅକ୍ଟୋବର ୨୦୨୧ ଯାଏଁ ଚାଲିବ । ପ୍ରତିଦିନ ମଧ୍ୟାହ୍ନ ଓ ରାତିରେ ୧୭୦ ଜଣଙ୍କ ପାଇଁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ଓଡିଶା ଶିଳ୍ପୀ ମହାସଂଘର ଉପଦେଷ୍ଟା ତଥା ଶିଳ୍ପୀ ସଂଗଠକ ବିପିନି ବିହାରୀ ସାହୁଙ୍କ ନେତୃତ୍ବରେ ପରିଚାଳିତ ହେଉଥିବାବେଳେ ଶିଳ୍ପୀ ମହାସଂଘ ତାଳବସ୍ତ ଶାଖା ସଭାପତି ଲକ୍ଷ୍ମୀଧର ମୁଦୁଲି ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ଗଗନ ମହାରଣା ସହଯୋଗ କରୁଛନ୍ତି ।

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଟେରାକୋଟା କାରିଗରଙ୍କ ପାଇଁ ନିଶୁଳ୍କ ଭୋଜନ ବ୍ୟବସ୍ଥା

ଭୁବନେଶ୍ବରସ୍ଥିତ ଏକାମ୍ରହାଟ ପରିସରରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ଟେରାକୋଟା ହସ୍ତକଳା ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବ। ଯାହାକି ଆସନ୍ତା ୩୧ ଅକ୍ଟୋବର ୨୦୨୧ ଯାଏଁ ଚାଲିବ । ଏହି ପ୍ରଦର୍ଶନୀରେ ୨ ପର୍ଯ୍ୟାୟରେ ରାଜ୍ୟର ୨୬୦ରୁ ଊର୍ଦ୍ଧ୍ବ ଟେରାକୋଟା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି । ପ୍ରଦର୍ଶନୀ ଆରମ୍ଭରୁ ୪ଦିନ ଯାଏଁ ଲଗାଣ ବର୍ଷା ଲାଗି ରହିବାବେଳେ ୨୦ ତାରିଖ ଯାଏଁ ରାତି ୮ଟା ପରେ କୋଭିଡ କଟକଣା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ପ୍ରଦର୍ଶନୀକୁ ଫିକା କରିଛି । ପ୍ରଚାରପ୍ରସାର କମ ହେଉଥିବା କାରଣରୁ ଚଳିତବର୍ଷ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମ ରହିଛି । ତେଣୁ ଏହାର ସିଧାସଳଖ ପ୍ରଭାବ ପ୍ରଦର୍ଶନୀର ବ୍ୟବସାୟ ଉପରେ ପଡିଛି । ବିକ୍ରିବଟା ଅତ୍ୟନ୍ତ ନିରୁତ୍ସାହଜନକ ରହିଛି ।

ତେବେ ଏହାରି ମଧ୍ୟରେ ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ଯୋଗାଯୋଗ କରାଯାଇଥିଲା । ଅକ୍ଷୟ ପାତ୍ର ଫାଉଣ୍ଡେସନର ସହଯୋଗ କ୍ରମେ ଗତ ୨୦ ତାରିଖ ବୁଧବାର ରାତିରୁ ଏକାମ୍ର ହାଟ ପରିସରରେ ଷ୍ଟଲ ଖୋଲିଥିବା ଟେରାକୋଟା ଶିଳ୍ପୀ ଓ ବୁଣାକାର ଭାଇଭଉଣୀମାନଙ୍କୁ ବିନା ଦେୟରେ ଶୁଦ୍ଧ ଶାକାହାରୀ ଭୋଜନ ଯୋଗାଇ ଦିଆଯାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭା ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.