ETV Bharat / city

Free Covid Booster Dose: ଆସନ୍ତାକାଲିଠୁ 75 ଦିନ ରାଜ୍ୟରେ ମାଗଣା କୋଭିଡ ବୁଷ୍ଟର ଡୋଜ ଅଭିଯାନ - ଆସନ୍ତାକାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ

ଆସନ୍ତାକାଲି ଠାରୁ 18 ରୁ 59 ବର୍ଗର ବୟସ୍କଙ୍କୁ ମାଗଣା ଟୀକା, 75 ଦିନ ଧରି ଚାଲିବ ଅଭିଯାନ । ରାଜ୍ୟରେ ବୁଷ୍ଟର ଡୋଜ(Booster Doses) ମାତ୍ର 1 ପ୍ରତିଶତ ନେଇଛନ୍ତି । ବାକି 99% ଲୋକ ପ୍ରିକସନ ଡୋଜ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ, ଟାକା ନେବେ 18 ରୁ 59 ବର୍ଗର ହିତାଧିକାରୀ

author img

By

Published : Jul 14, 2022, 4:28 PM IST

ଭୁବନେଶ୍ବର: ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ବୟସର ନାଗରିକଙ୍କୁ ଦିଆଯିବ ମାଗଣା ବୁଷ୍ଟର ଡୋଜ(Covid-19 Booster Doses) । ଜୁଲାଇ 15 ଅର୍ଥାତ୍‌ ଆସନ୍ତାକାଲିଠୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ ଜାରି ରହିବ ବୁଷ୍ଟର ଡୋଜ ଟୀକାକରଣ । ରାଜ୍ୟରେ ବୁଷ୍ଟର ଡୋଜ ମାତ୍ର 1 ପ୍ରତିଶତ ନେଇଛନ୍ତି । ବାକି 99% ଲୋକ ବୁଷ୍ଟର ଡୋଜ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ହେଉଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ, ଟାକା ନେବେ 18 ରୁ 59 ବର୍ଗର ହିତାଧିକାରୀ

ରାଜ୍ୟରେ 12 ରୁ 14 ବର୍ଷର ପିଲାଙ୍କୁ ପ୍ରଥମ ଡୋଜ 98% ଦିଆଯାଇଥିବାବେଳେ, ଦ୍ୱିତୀୟ ଡୋଜ 72% ଦିଆଯାଇଛି । ସେହିପରି 15 ରୁ 17 ବର୍ଷ ପିଲାଙ୍କୁ ପ୍ରଥମ ଡୋଜ 92% ଏବଂ ଦ୍ୱିତୀୟ ଡୋଜ 82% ଦିଆଯାଇଛି । 18ରୁ ଉର୍ଦ୍ଧ୍ବ ବୟସ୍କ ବର୍ଗ ଲୋକଙ୍କୁ ପ୍ରଥମ ଡୋଜ 96% ଏବଂ ଦ୍ୱିତୀୟ ଡୋଜ 90% ଦିଆସରିଛି । ବର୍ତ୍ତମାନ ବୁଷ୍ଟର ଡୋଜ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । କୋରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ 60 ବର୍ଷର ଅଧିକ ଲୋକଙ୍କୁ 28% ଟୀକାକରଣ କରାଯାଇଛି । ଆସନ୍ତାକାଲି ଠାରୁ 18 ରୁ 59 ବର୍ଷର ନାଗରିକ ମାନଙ୍କର ବୁଷ୍ଟର ଡୋଜ ମାଗଣାରେ ଦିଆଯିବ । ଏହା 75 ଦିନ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟରେ ପାଖାପାଖି 3000 ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି । ସେଠି ମାଗଣାରେ ଟୀକାକରଣ କରିପାରିବେ ହିତାଧିକାରୀ । କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ । କାହିଁକି ନା ଏହି ବର୍ଗରେ 2 କୋଟି 65 ଲକ୍ଷ୍ୟ 85 ହଜାର ହିତାଧିକାରୀ ରହିଛନ୍ତି । ସେଥିମଧ୍ୟରୁ ମାତ୍ର 1 ଲକ୍ଷ୍ୟ 50 ହାଜର ହିତାଧିକାରୀ ବୁଷ୍ଟର ଡୋଜ ନେଇଛନ୍ତି ।

ବୁଷ୍ଟର ଡୋଜ ପାଇଁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ । ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି, ଆସନ୍ତାକାଲିର ମାଗଣା ଟୀକାକରଣ ନେଇ ଆଲୋଚନା ହେବ । ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, "ବର୍ତ୍ତମାନ ହସ୍ପିଟାଲରେ ଟୀକାକରଣ ଚାଲିଛି। 18 ରୁ 59 ବର୍ଗର ଲୋକଙ୍କୁ ଦୈନିକ 500 ରୁ 600 ଲୋକଙ୍କୁ ଟୀକାକରଣ କରାଯିବ ।"

ପୂର୍ବଭଳି ଲୋକମାନେ କୋରୋନାକୁ ଡରୁନହନ୍ତ, ଟିକା ନେଲେ ଲୋକମାନେ ଗୁରୁତର ହେବେ ନାହିଁ, ନ ନେଇଥିଲେ ଜୀବନ ଘାତକ ହୋଇପାରେ । ସମସ୍ତେ ଆସନ୍ତୁ ଟିକା ନିଅନ୍ତୁ ଏବଂ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ଚତୁର୍ଥ ଲହର ଚାଲିଛି, ଆଗକୁ ମଧ୍ୟ ବଢିବ ତେଣୁ ସତର୍କ ହେବାକୁ ପଡ଼ିବ । ଏହି ସମୟରେ ବେଶୀ ସମୟ ବୁଲାବୁଲି ନକରିବା ସହ ବାହାରକୁ ଯିବା ସମୟରେ ମାକ୍ସ ପରିଧାନ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.