ETV Bharat / city

୨୫ ଲକ୍ଷରେ ଠକ ଦେଉଥିଲା ସରକାରୀ ଚାକିରୀ, ରାକେଟର ଖୁଲାସା କଲା ପୋଲିସ

author img

By

Published : Feb 2, 2022, 9:50 PM IST

ଠକ ଦେଉଥିଲା ସରକାରୀ ଚାକିରି । ଠକେଇ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ବନ୍ଧା ହେଲେ ୨ ଠକ । ଅଧିକ ପଢନ୍ତୁ

୨୫ଲକ୍ଷରେ ଠକ ଦେଉଥିଲା ସରକାରୀ ଚାକିରି : ଠକେଇ ରାକେଟର ଖୁଲାସା କଲା ପୋଲିସ

ଭୁବନେଶ୍ବର : ଠକ ଦେଉଥିଲା ସରକାରୀ ଚାକିରି । ପୋଷ୍ଟାଲ ଅଫିସରେ ମିଳୁଥିଲା ଡ୍ୟୁଟି। ମିଳୁଥିଲା ଆଇଡି କାର୍ଡ ଡ୍ୟୁଟି କରୁଥିଲେ ପୋଷ୍ଟ ଅଫିସରେ। ମାସକୁ ମାସ ଆସୁଥିଲା ଦରମା। ଏଥିପାଇଁ ଦେବାକୁ ପଡୁଥିଲା ଠକଙ୍କୁ ୨୫ଲକ୍ଷ ଟଙ୍କା। ହେଲେ ଚାକିରିର ୪ମାସ ପରେ ଆସୁନଥିଲା‌ ଦରମା। କାହିଁକି ଦରମା ଆସୁନି ଭାବି ଯାଞ୍ଚ କରିବା ପରେ ଜଣାପଡିଲା ଚାକିରି ଅସଲି ନୁହେଁ ବରଂ ନକଲି‌।

ନକଲି ସରକାରୀ ଚାକିରୀ ଦେଇ ଚୁନା ଲଗାଉଛନ୍ତି ଠକ। ଏପରି କରି ଅନେକ ନିରୀହ ଆଶାୟୀଙ୍କ ଠାରୁ ଚୁନ ଲଗାଇ ଠକିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି ଢଙ୍ଗରେ ଠକେଇ କରୁଥିବା ଏକ ଠକ ରାକେଟର ଖୁଲାସା କରିଛି ପୋଲିସ ।

ଏହାବି ପଢନ୍ତୁ : ନାରାୟଣପାଟଣା ଥାନା ଅଧିକାରୀ ନିଲମ୍ବିତ

ଖାରବେଳ ନଗର ଥାନା ପୋଲିସ ରେଡ କରି ଏକ ଅଫିସ ଠାବ କରିବା ସହ ଦୁଇ ଠକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭୨ଟି ନକଲି ରବର ଷ୍ଟାମ୍ପ ସହ ଫେକ ଅଫର ଲେଟର ପ୍ୟାଡ ,କମ୍ପ୍ୟୁଟର ,ପ୍ରିଣ୍ଟର,ସ୍କାନର ସହ ଜାଲ ଡାକ ସେବା ବହି ଜବତ କରାଯାଇଛି । ପୋଲିସ ଜାଣିବାକୁ ପାଇଛି ଯେ ଯାଜପୁରର ଦେବୀ ପ୍ରସାଦ ବିଶ୍ବାଳ ଓ ଶୁଭେନ୍ଦୁ ଜେନା‌ ନାମକ ଦୁଇ ଅଭିଯୁକ୍ତ ଏପରି ଏକ ରାକେଟ ଚଲାଉଥିଲେ।

ସରକାରୀ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କୁ ଏଭଳି ଭାବରେ ଶୀକାର କରୁଥିଲେ ଠକ । ପ୍ରଥମେ ଠକେଇ ପାଇଁ ଆଶାୟୀ ପ୍ରାର୍ଥୀ ଯୋଗାଡ କରୁଥିଲେ। ପରେ ତାଙ୍କୁ ଚାକିରୀ ପରେ ଆଉ ହଇରାଣ କରିବେ ନାହିଁ । କି ଏ ସମ୍ପର୍କରେ କାହାରିକୁ କିଛି କହିବେ ନାହିଁ ବୋଲି ଡିଲ କରୁଥିଲେ।

ସରକାରୀ ଚାକିରି ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ପୋଷ୍ଟାଲରେ ଚାକିରି ଦେବାକୁ ୨୫ଲକ୍ଷ ନେଉଥିଲେ‌। ଜାଲିଆତି କରି ଆପୋଏଣ୍ଟମେଣ୍ଟ ଲେଟର ତିଆରି କରି ଦେଉଥିଲେ । ‌ପୋଷ୍ଟାଲର ସରକାରୀ ଆଇଡି କାର୍ଡ ତିଆରି କରି ପୋଷ୍ଟ ଅଫିସରେ ନେଇ ରଖାଉଥିଲେ।

ପରେ ବିଶ୍ବାସ ଜିତିବା ପାଇଁ ମାସକୁ ମାସ ଦରମା ତାଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ। ଦୁଇ ତିନିମାସ ଦରମା ପରେ ଆଉ ଧରାଛୁଆ ଦେଉନଥିଲେ। ଦରମା ବନ୍ଦ ହେବା ପରେ ଜଣେ ଅଭିଯୋଗକାରୀ ଏନେଇ ପୋଷ୍ଟ ଅଫିସର ସିନିୟର ଅଫିସରଙ୍କ ପାଖରେ କହିବା ପରେ ଜଣାପଡିଥିଲା ଏପରି ଜାଲିଆତି ।

ବଳରାମ ସେନାପତି ନାମକ ଅଭିଯୋଗକାରୀ ଠାରୁ ଭାରତୀୟ ଡାକ ସେବା ବିଭାଗରେ ଚାକିରି କରାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇ ସମୁଦାୟ ୨୫ ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ଏହି ରାକେଟକୁ ଠାବ କରିଥିଲା ପୋଲିସ । ଏହିପରି ଢଙ୍ଗରେ ଏହି ମାସରେ ଯାଜପୁର ଜିଲ୍ଲା ସଦର ଥାନାରେ ଗୋଟିଏ, ଭୁବନେଶ୍ୱରର ଚନ୍ଦ୍ରଶେଖପୁର ଓ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ଠକେଇ ମାମଲା ରୁଜୁ କରାଯାଇଛି । ଯାହାକୁ ନେଇ ପୋଲିସ ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.