ETV Bharat / city

ଚଳିତବର୍ଷ ରାଜଧାନୀରେ ଠକଙ୍କ ରାଜ୍: ଠକିଲେ ପ୍ରବଳ, ପୋଲିସ ଧରିବାରେ ଦୁର୍ବଳ

author img

By

Published : Dec 30, 2021, 9:26 AM IST

ବର୍ଷ ସରିଲା ହେଲେ ଠକଙ୍କୁ ଗୋଡେଇ ଗୋଡେଇ ପୋଲିସ ହାଲିଆ ହେଲା। ଅଭିଯୋଗ ଅନୁସାରେ ପୋଲିସ ଠକଙ୍କୁ ଧରିବାରେ ବିଫଳ ହୋଇଛି । ବର୍ଷ ୨୦୨୧ରେ କେବଳ ରାଜଧାନୀରେ ୭୯୧ ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି । ଅଧିକ ପଢନ୍ତୁ

ଚଳିତବର୍ଷ ରାଜଧାନୀରେ ଠକଙ୍କ ରାଜ୍
ଚଳିତବର୍ଷ ରାଜଧାନୀରେ ଠକଙ୍କ ରାଜ୍

ଭୁବନେଶ୍ବର: ଚଳିତ ବର୍ଷ ଅପରାଧକୁ ନେଇ କମ ଚର୍ଚ୍ଚାରେ ନଥିଲା ରାଜଧାନୀ ଭୁବନେଶ୍ବର । ସେଥିମଧ୍ୟରୁ ଠକଙ୍କ ରାଜକୁ ନେଇ ବେଶୀ ଚର୍ଚ୍ଚାରେ ଥିଲା ରାଜଧାନୀ । ଏବେ ଠକଙ୍କ କବଜାରେ ରହିଛି ସ୍ମାର୍ଟ ସିଟି । ୨୦୨୧ରେ ରାଜଧାନୀରେ ବଢିଛି ଠକଙ୍କ ରାଜ୍ (fraud cases increases )। ବର୍ଷ ସରିଲା ହେଲେ ଠକଙ୍କୁ ଗୋଡେଇ ଗୋଡେଇ ପୋଲିସ ହାଲିଆ ହେଲା। ଅଭିଯୋଗ ଅନୁସାରେ ପୋଲିସ ଠକଙ୍କୁ ଧରିବାରେ ବିଫଳ ହୋଇଛି । ବର୍ଷ ୨୦୨୧ରେ କେବଳ ରାଜଧାନୀରେ ୭୯୧ ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି । ବରଗଡ ଥାନାରେ ସର୍ବାଧିକ ମାମଲା ରହିଛି ।

ଚଳିତବର୍ଷ ରାଜଧାନୀରେ ଠକଙ୍କ ରାଜ୍

ଠକଙ୍କ ଠକେଇ କୌଶଳ ବି ଆଶ୍ଚର୍ଯ୍ୟକର ଥିଲା । କିଏ ଚାକିରୀ ଦେବା ନାଁରେ ଠକିଛି ତ କିଏ ଜମି ଓ ପ୍ଲଟ ଦେବା ନାଁରେ। ମ୍ୟୁଚୁଆଲ ଫଣ୍ଡ ଠୁ ଆରମ୍ଭ କରି ବ୍ୟାଙ୍କ ଲୋନ ପର୍ଯ୍ୟନ୍ତ ହୋଇଛି ଠକେଇ । ଏପରିକି ବ୍ୟାଙ୍କରେ ବନ୍ଧକ ଥିବା ଜମିକୁ ଦେଖାଇ ଠକିଛନ୍ତି ଠକ । ଡିପୋଜିଟ କରିଥିବା ଫିକ୍ସ ଡିପୋଜିଟ ଟଙ୍କାକୁ ଲୋନ ନେଇ ଠକିଛନ୍ତି ବ୍ୟାଙ୍କ କର୍ମଚାରୀ। ଗାଡି ବିକ୍ରିଠୁ ଆରମ୍ଭ କରି ମେଡିକାଲ ସିଟ ଦେବା ନାରେ ବି ଠକେଇ ହୋଇଛି । ଠକେଇର ରିପୋର୍ଟ ଦେଖିଲେ ରାଜଧାନୀରେ ଚଳିତ ବର୍ଷ ଠକଙ୍କ ରାଜ ଥିଲା କହିଲେ ଭୁଲ ହେବ ନାହିଁ । ଏପରିକି ଠକେଇର ଚେର ରାଜଧାନୀଠୁ ଆରମ୍ଭ କରି ରାଜ୍ୟ ବାହାରେ ଦିଲ୍ଲୀ ଓ ଆନ୍ତର୍ଜାତିୟସ୍ତର ପର୍ଯ୍ୟନ୍ତ ପହଞ୍ଚିଥିଲା ଠକଙ୍କ ଉତ୍ପାତ। ରାଜଧାନୀରେ ବିଭିନ୍ନ ଥାନାରେ ହୋଇଥିବା ଠକେଇ ମାମଲାରେ ସର୍ବାଧିକ ବଡଗଡ ଥାନାରେ ଠକେଇ ରିପୋର୍ଟ ହୋଇଥିଲା । ଚଳିତବର୍ଷ ରିପୋର୍ଟ ହୋଇଥିବା ୭୯୧ଟି ଠକେଇ ମାମଲାରୁ ବଡଗଡ ଥାନାରେ ସର୍ବାଧିକ ୯୧ଟି ମାମଲା ରୁଜୁ ହୋଇଥିବାବେଳେ ଖଣ୍ଡଗିରି ଥାନାରେ ୭୯ ଟି, ଚନ୍ଦ୍ରଶେଖରପୁର ଥାନାରେ ୬୧ ଟି ଏବଂ କ୍ୟାପିଟାଲ ଥାନାରେ ୫୫ ଟି ତଥା ଲକ୍ଷ୍ମୀସାଗର ଥାନାରେ ୫୪ ଟି ମାମଲା ରୁଜୁ ହୋଇଛି ।

https://etvbharatimages.akamaized.net/etvbharat/prod-images/14046374_od_kloo.JPG

ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ଟି ଠକେଇ ମାମଲା ରୁଜୁ ହୋଇଥିବାବେଳେ ବାଲିପାଟଣା ରେ ୮ ଟି, ନନ୍ଦନକାନନରେ ୧୨ ଟି, ତମାଣ୍ଡୋ ରେ ୧୪ ଟି ଏବଂ ଖାରବେଳନଗର ଥାନାରେ ୧୭ ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି। ସେହିପରି ଏ ବର୍ଷ ନଭେମ୍ବର ୭୯୧ ଠକେଇ ମାମଲରୁ ୨୫୪ଟି କେସ ବନ୍ଦ ହୋଇଥିବା ବେଳେ ୧୮୧ଜଣ ଠକଙ୍କୁ ଗିରଫ କରିଥିଲା କମିସନରେଟ ପୋଲିସ। ସେଥିରେ ସର୍ବମୋଟ ୧୭୭ ଜଣ ପୁରୁଷ ଗିରଫ ହୋଇଥିବାବେଳେ ୪ ଜଣ ମହିଳା । ସର୍ବାଧିକ ବଡଗଡ ଥାନା ୪୫ ଟି ମାମଲା ତଦନ୍ତ ଶେଷ କରିଥିବାବେଳେ ଇନ୍ଫୋସିଟି ଥାନା ୨୨ ଟି ମାମଲା, ଲକ୍ଷ୍ମୀସାଗର ୨୦ ଟି ମାମଲା ଶେଷ କରିଥିଲେ। ତେବେ ଠକଙ୍କ ଉତ୍ପାତ ଯୋଗୁଁ ବର୍ଷର ମଧ୍ୟ ଭାଗରେ ଆଣ୍ଟି ଫ୍ରଡ ସେଲ ଗଠନ କରିଥିଲା ପୋଲିସ। ଡିସିପି ଅଫିସରୁ ଏହି ସେଲ ଅପରେଟ ହୋଇଥିଲେ ବି ବଡ ବଡ ଠକଙ୍କ ଲିଙ୍କ ଖୋଜୁ ଖୋଜୁ ହାଲିଆ ହୋଇଯାଇଥିଲା ପୋଲିସ। ଏହି ସେଲରେ ଚଳିତ ବର୍ଷ ସୁଦ୍ଧା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୧୮୭ଟି ଠକେଇ ମାମଲାରୁ ୭୩ ଟି କେସ ବନ୍ଦ କରିବାରେ ସକ୍ଷମ ହୋଇଥିଲା‌।

ନଜର ପକାନ୍ତୁ ଚର୍ଚ୍ଚିତ ଠକର କିଛି ଘଟଣାବଳୀ

୧. ଏପ୍ରିଲ ମାସରେ ବଡଗଡ ଥାନା ପୁଲିସ OLXରେ ବିଜ୍ଞାପନ ଦେଇ ଗାଡି କିଣାଇଦେବା ନାଁରେ ଠକିଥିବା ଠକ ତୃପ୍ତି ରଞ୍ଜନ ଦାସଙ୍କୁ ଗିରଫ କରିଥିଲା। ଯେକି ଜଣେ ଓକିଲ ହୋଇଥିବା ବେଳେ ବଡଗଡ ଥାନା ଅଞ୍ଚଳରେ ଅଫିସ ଖୋଲି ସାରା‌ ରାଜ୍ୟରୁ ଠକିଥିଲା । ଏହି ଠକ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୪୭ ଟି ମାମଲା ପଞ୍ଜୀକୃତ ହୋଇଥିଲା ।

୨. ଜୁଲାଇ ମାସରେ ଆଣ୍ଟି ଫ୍ରଡ୍ ସେଲ୍ ଉଦ୍ୟମରେ ମା ତାରିଣୀ ଇଷ୍ଟକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ନିରଞ୍ଜନ ରଣାଙ୍କୁ ଗିରଫ କରାଯାଇଥିଲା। ଯେକି ନିରଞ୍ଜନ ନାଁରେ ଶହୀଦନଗର ଥାନାର ୧୫ ଟି ମାମଲା, ବାଲିଅନ୍ତା ଥାନାର ୮ ଟି ମାମଲା ଏବଂ ବଡଗଡ ଥାନାର ୨ ଟି ଠକେଇ ମାମଲାରେ ଅନ୍ତର୍ଭୁକ୍ତ ଥିଲେ।

୩. ନଭେମ୍ବର ମାସରେ ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୟାଧର ଜେନା ଆଣ୍ଟି ଫ୍ରଡ୍ ସେଲ୍ ଗିରଫ କରିଥିଲା । ୨୦୧୪ ମସିହାରୁ ଠକେଇ ଅଭିଯୋଗ ଥିବା ଗୟାଧର‌ ଜେନା‌ ନାଁରେ ୨୧ଟି ଠକେଇ ମାମଲା ଥିଲା । ଯେକି ଠକେଇ ଟଙ୍କାରେ ଅନେକ ଫିଲ୍ମ ମଧ୍ୟ ତିଆରି କରିଥିଲେ। ସେ ମଧ୍ୟ ଆଗରୁ ବହୁତ ଥର ଜମି ଜାଲିଆତି ଠକାମି କରି ଜେଲ ଯାଇଥିଲେ।

୪. ସେହିପରି ନାଗେଶ୍ଵରଟାଙ୍ଗୀର ଆପୋଲୋ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଦୀପକ ମହାନ୍ତି ମଧ୍ୟ ଗିରଫ କରିଥିଲା ଆଣ୍ଟି ଫ୍ରଡ ସେଲ। ଦେଢ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ରହିଥିଲା ଏହି ଠକ ନାଁରେ।

୫.ଶୁଭମ ପ୍ଲେସମେଣ୍ଟ ଆଣ୍ଡ ସର୍ଭିସେସର ଡାଇରେକ୍ଟର ବିଶ୍ଵରଞ୍ଜନ ତ୍ରିପାଠୀ ଯେକି ବିଭିନ୍ନ ଚାକିରି ଯୋଗାଇଦେବା ଅଳରେ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ପଇସା ଠକେଇ କରି ଚନ୍ଦ୍ରଶେଖରପୁର ଥାନା ଏକ ମାମଲାରେ ଗିରଫ ହୋଇଥିଲେ।

୬.ସେହିପରି ଭରତପୁର ଥାନା ଅଧୀନରେ ଥିବା ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର କଳିଙ୍ଗ ନଗର ବ୍ରାଞ୍ଚରେ ଲେଡି ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ମୀନା ନାୟକ ତାଙ୍କ ବ୍ରାଚର ଜଣେ ଗ୍ରାହକଙ୍କ ଫିକସ୍ଡ ଡିପୋଜିଟ ଟଙ୍କାରୁ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିଲେ ।

୭. ଲିଙ୍ଗରାଜ ଥାନା ଡିସେମ୍ବର ମାସରେ ଆନ୍ତର୍ଜାତିୟ ଠକ ପ୍ରଜ୍ଞା ପ୍ରକାଶ ନାୟକକୁ ଗିରଫ କରିଥିଲା ଯେକି ନିଜକୁ ଫାଇନାନ୍ସିଆଲ ଆଡଭାଇଜର‌ କହି ବିଭିନ୍ନ କର୍ପୋରେଟ ସଂସ୍ଥାକୁ ଠକିଥିଲା। ଏପରିକି ନିଜକୁ ରିଜର୍ଭ ବ୍ୟାଙ୍କର ମୁଖ୍ୟଙ୍କ ଜ୍ବାଇଁ ବୋଲି ପରିଚୟ ଦେଇଥିଲା। ଏବେବି ତା ନାଁରେ ରାଜ୍ୟ ବାହାରୁ ଠକେଇର ଅଭିଯୋଗ ଆସୁଛି ।

୮.ରେଲଓ୍ବେ ମିନିଷ୍ଟର ପିଏ କହି ଇଷ୍ଟ କୋଷ୍ଟ ରେଲଓ୍ବେ ଜିଏମଙ୍କୁ ଧମକ ଦେବା ଓ ଠକେଇ ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିଲା ଠକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.