ETV Bharat / city

ବିଶ୍ବାସ ନାଁରେ ବେଇମାନୀ, ଜାଲିଆତି କରି ଜ୍ୟୋତିଷ ଗିରଫ

ଜ୍ୟୋତିଷ ନାଁରେ କଳଙ୍କ । ବିଶ୍ବାସ ଜିତି ଠକି ନେଲେ ଟଙ୍କା । ଅଭିଯୋଗ ପରେ ପୋଲିସ କଲା ଗିରଫ ।

author img

By

Published : Jun 10, 2019, 6:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜ୍ୟୋତିଷଙ୍କ କଳା କାରନାମା । ପ୍ରଥମେ ବିଶ୍ବାସ ଜନ୍ମାଇଲେ । ପରେ ନିକଟତର ହେଲେ । ଶେଷରେ ଠକି ନେଲେ ଲକ୍ଷାଧିକ ଟଙ୍କା । ରାଜଧାନୀ ଉପକଣ୍ଠରେ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଠକ ଜ୍ୟୋତିଷ ବିଶ୍ବଜ୍ୟୋତି ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣା ଅନୁଯାୟୀ, ବିଶ୍ବଜ୍ୟୋତି ଅରବିନ୍ଦ ମହାନ୍ତି ନିଜକୁ ଜ୍ୟୋତିଷର ପରିଚୟ ଦେଇ ରାଜଧାନୀର ଗିରିଧାରୀ ଲାଲ ଅଗ୍ରୱାଲଙ୍କ ପରିବାରର ନିକଟତର ହୋଇଥିଲେ । ପରେ ବିଭିନ୍ନ ବାହାନା ଦେଖାଇ ସୁଧରେ ପ୍ରଥମେ 15 ଲକ୍ଷ ଟଙ୍କା ଓ ପରେ ଆଉ 4 ଲକ୍ଷ ଟଙ୍କା ନେଇଥିଲେ ଅରବିନ୍ଦ ।

ତେବେ ଗିରିଧାରୀ ସନ୍ୟାସୀ ହୋଇଥିବାରୁ ତାଙ୍କ ପତ୍ନୀଙ୍କ ସହ ଅରବିନ୍ଦ ଅଧିକ ମିଳାମିଶା ମଧ୍ୟ ଆରମ୍ଭ କରିଦେଇଥିଲେ । ଏହା ପରେ ସେମାନଙ୍କର ଘର ଓ ଗାଡି ନିଜ ନାମରେ କରିନେଇଥିଲେ ଅରବିନ୍ଦ । ପରେ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହିତ ତାଙ୍କୁ ମାରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଗିରିଧାରୀ ।

ତେବେ ଲକ୍ଷ୍ମୀସାଗର ଥାନାରେ ଏପରି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଅରବିନ୍ଦଙ୍କୁ ଗିରଫ କରିଛି । ଏହା ସହ ଅରବିନ୍ଦ ଠାରୁ କିଛି କାଗଜପତ୍ର ସହ ଗାଡି ଓ କିଛି ଟଙ୍କା ମଧ୍ୟ ପୋଲିସ ଜବତ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ଜ୍ୟୋତିଷଙ୍କ କଳା କାରନାମା। 

୧୯ ଲକ୍ଷ ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜ୍ୟୋତିଷ ବିଶ୍ବଜ୍ୟୋତି ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ। ଗିରିଧାରୀ ଲାଲ ଅଗ୍ରୱାଲଙ୍କଠାରୁ ଟଙ୍କା ଠକେଇ କରିଥିଲେ ଅରବିନ୍ଦ। ଏମିତି ପ୍ରାୟ ଅନେକ ଲୋକମାନଙ୍କ ଠାରୁ ଠକେଇ କରି ଚାଲିଥିଲା ଅରବିନ୍ଦ।

ସୂଚନା ଅନୁଯାୟୀ, ରାଜଧାନୀ ରେ ନିଜକୁ ଜ୍ୟୋତିଷ ପରିଚୟ ଦେଇ ଠକେଇ କରୁଥିବା ଅଭିଯୋଗରେ ଲକ୍ଷ୍ମୀ ସାଗର ପୋଲିସ ଅରବିନ୍ଦ ମହାନ୍ତି ଙ୍କୁ ଗିରଫ କରିଛି। ଫେବୁ୍ୟାରୀ ମାସ ର ଘଟଣା। ସହିଦ ନଗର ଥରେ ଏକ ଘୋରୋଇ ଜଗା କୁ କିଣିବା ପାଇଁ ଗିରିଧାରୀ ଲଲଙ୍କୁ କହିଥିଲା ଅରବିନ୍ଦ । ବିଭିନ୍ନ ପ୍ରୋଲୋଭବନ୍ ଦେଖାଇ ଗିରିଧାରୀ ଙ୍କ ଠାରୁ ସୁଧ୍ ରେ ପ୍ରଥମେ ୧୫ ଲକ୍ଷ୍ୟ ଟଙ୍କା ନେଇଥିବା ବେଳେ ପରବର୍ତି ସମୟରେ ଆଉ ୪ ଲକ୍ଷ୍ୟ ଟଙ୍କା ନେଇଥିଲା ଅରବିନ୍ଦ। ପରବର୍ତି ସମୟରେ ଯେହେତୁ ଗିରିଧାରୀ ଜଣେ ସନ୍ନ୍ୟାସୀ ତେଣୁ ଗିରିଧାରୀ ଲାଲ୍ ଙ୍କ ପତ୍ନୀ ଙ୍କ ସହ ମିଳାମିଶା କରିବା ଆରମ୍ଭ କରିଥିଲା ଅରବିନ୍ଦ। ସେମାନଙ୍କର ସମସ୍ତ ଟଙ୍କା ଓ ଘର ଗାଡ଼ି ନିଜ ନାମରେ କରିଥିଲା। ଗିରିଧାରୀ ଙ୍କ ପତ୍ନୀ ସହ ଅରବିନ୍ଦ ଙ୍କ ମଧ୍ୟ ଅନୈତିକ ସମ୍ପର୍କ ରଖିଥିବା ଗିରିଧାରୀ ଲାଲ୍ କହିଛନ୍ତି। ବାରମ୍ବାର ଘରକୁ ଆସି ଗିରିଧାରୀ ଙ୍କ ପତ୍ନୀ ସହ ମିଳାମିଶା କରିବା ସହ ଦୁଇ ଜଣ ମିଶି ଗିରିଧାରୀ ଙ୍କୁ ଜୀବନରେ ମାରିଦେବାକୁ ଷଡ଼ଯନ୍ତ୍ର ରଚିଥିଲା । ଏମିତି ବି ଗିରିଧାରୀ ଙ୍କ ପତ୍ନୀ ଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଳ କରିଛି ନିଜର ପତ୍ନୀ କହି। ନିଜକୁ ଜଣେ ଉଚ୍ଚ ପଦସ୍ଥ ଜ୍ୟୋତିଷ କହିବୁଲୁଥିଲା ଅରବିନ୍ଦ।

ଅରବିନ୍ଦ ନିଜକୁ ଜ୍ୟୋତିଷର ପରିଚୟ ଦେଇ ବିଶ୍ୱାସ ଜନମାଇ ଟଙ୍କା ଗାଡ଼ି ଘର ଠକିବା ପରି କାମ କରିଥାଏ ଅରବିନ୍ଦ। ଅରବିନ୍ଦ  ଙ୍କୁ ଗିରଫ କରିବା ସହ କିଛି କାଗଜ ପତ୍ର ଓ ଗାଡ଼ି କିଛି ଟଙ୍କା ଜବତ କରିଛି ପୋଲିସ । ତଦନ୍ତ ପରେ ଜଣ ପଡ଼ିବ ତତ୍ୟତା କଣ୍ ରହିଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

Byte -  ସତ୍ୟଜିତ ମହାନ୍ତି। ପୋଲିସ କମିଶନର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.