ଭୁବନେଶ୍ବର: ରାଜ୍ୟ ସରକାର 4 IAS ଅଧିକାରୀଙ୍କୁ ଦେଲେ ପଦୋନ୍ନତି । ଅତିରିକ୍ତ ମୁଖ୍ୟ ସଚିବ ହେଲେ ପଦୋନ୍ନତି ପାଇଥିବା 4 ଆଇଏଏସ ଅଧିକାରୀ ।
![Photo](https://etvbharatimages.akamaized.net/etvbharat/prod-images/14196600_aw.jpg)
1994 ବ୍ୟାଚର ଏହି 4 ଜଣ ଅଧିକାରୀ ହେଲେ ଅନୁ ଗର୍ଗ, ମଧୂସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଅରୋରା । ପଦୋନ୍ନତି ପାଇଥିବା ଏହି 4 ଜଣ ଆଇଏଏସ ଅଧିକାରୀ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆରତୀ ଆହୁଜା ଓ ଜି. ଶ୍ରୀନୀବାସ ମଧ୍ୟ ପାଇଲେ ପଦୋନ୍ନତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ