ETV Bharat / city

ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ - four more covid patient died in odisha

ରାଜ୍ୟରେ ପ୍ରତିଦିନ ବଢୁଛି କୋରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ଶୁକ୍ରବାର ପୁଣି 4 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଗଞ୍ଜାମର 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳରୁ ଜଣେ ଓ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ
ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ
author img

By

Published : Jul 17, 2020, 12:28 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ । ଗଞ୍ଜାମର 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳରୁ ଜଣେ ଓ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 83 କୁ ବୃଦ୍ଧି ପାଇଛି ।

ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ
ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ

ଗଞ୍ଜାମର ଦୁଇ ଜଣଙ୍କ ମୃତକଙ୍କ ବୟସ ୫୭ ଓ ୬୦ ବର୍ଷ ବୋଲି ଜଣାପଡିଛି । ୫୭ ବର୍ଷୀୟ ବୃଦ୍ଧ ମଧୁମେହ ରୋଗ ଓ ୬୦ ବର୍ଷୀୟ ବୃଦ୍ଧ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ସେହିପରି ଅନୁଗୁଳର ୬୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ । ଗଜପତିରେ ୫୬ ବର୍ଷୀୟ ବୃଦ୍ଧ ମଧୁମେହ ଓ ହୃଦରୋଗରେ ପୀଡ଼ିତ ଥିବା ସୂଚନା ରହିଛି । ଏବେ ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା ୫୦, ଗଜପତି ଓ ଅନୁଗୁଳରେ କୋରୋନା ମୃତ୍ୟୁ ସଂଖ୍ୟା ୨-୨ କୁ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ଆଜି ପୁଣି ରାଜ୍ୟରେ ସର୍ବାଧିକ 718 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ 16 ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 479 ଚିହ୍ନଟ ହୋଇଥିବା ବେଳେ 239ଟି ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.