ETV Bharat / city

Booster Dose Vaccination: ପ୍ରତି ବ୍ଲକରେ ବୁଲିବ ୪ଟି ମୋବାଇଲ ଟିମ

author img

By

Published : Aug 8, 2022, 1:52 PM IST

ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ବୁଷ୍ଟର ଡୋଜ ଟୀକାକରଣ ଉପରେ ଗୁରୁତ୍ବ ଦେଇଛି । ଏହି ଟୀକାକରଣ ଲାଗି ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ଟିମ ନିୟୋଜିତ ହେବ ବୋଲି କହିଛି ବିଭାଗ । ଅଧିକ ପଢନ୍ତୁ

ବୁଷ୍ଟର ଡୋଜ ଟୀକାକରଣ: ପ୍ରତି ବ୍ଲକରେ ବୁଲିବ ୪ଟି ମୋବାଇଲ ଟିମ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟୀକାକରଣ ବୃଦ୍ଧି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି । ଟୀକାକରଣ ବଢାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ଲାଗି ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ଟିମ୍‌ ନିୟୋଜିତ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ପ୍ରତି ବ୍ଲକରେ ବୁଲିବ ୪ଟି ମୋବାଇଲ ଟିମ

ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶ କହିଛନ୍ତି ଯେ," ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକସନ ଡୋଜ ନେଇ ସାରିଛନ୍ତି । ଯାହାକି ମୋଟ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟୀକାକରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲ୍ଡ଼ ଟିକା ଆସିଛି । ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ଼ ଟିକା ଆସିବ । ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ।"

ତେବେ ଅବଧି ପୂରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ବିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟୀକାକରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ସୂଚନା ଥାଉକି, ଆଜି ଗତ ୨୪ ଘଣ୍ଟାରେ ୭୩୦ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦୩ କିଶୋର ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡରୁ ସର୍ବାଧିକ ୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.