ETV Bharat / city

ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା - ଅବପାତରେ ପରିଣତ ହୋଇଛି ଲଘୁଚାପ

ବାଲେଶ୍ବରରୁ ପୂର୍ବ ଉତ୍ତର ପୂର୍ବରେ ୩୧୦ କିମି ଦୂରରେ ରହିଛି ଅବପାତ । ଏହାର ପ୍ରଭାବରେ ଉତ୍ତର ଓଡିଶାରେ ଆଜି ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଆଜି ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

author img

By

Published : Aug 19, 2022, 1:28 PM IST

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି ଲଘୁଚାପ(Low pressure intensifies into depression) । ବର୍ତ୍ତମାନ ଏହି ଅବପାତ ବାଲେଶ୍ବରରୁ ପୂର୍ବ ଉତ୍ତର ପୂର୍ବରେ ୩୧୦ କିମି ଦୂରରେ ରହିବା ସହ ଦୀଘା ଠାରୁ ୨୫୦ କିମି ଦୂର ଏବଂ ସାଗର ଉପକୂଳରୁ ୨୧୦ କିମି ଦୂରରେ ରହିଛି । ଯାହାକି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୬ ଘଣ୍ଟାରେ ଗଭିର ଅବପାତରେ ପରିଣତ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଏହି ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳକୁ ବାଲେଶ୍ବର ଓ ସାଗର ଆଇଲାଣ୍ଡ ମଧ୍ୟ ଦେଇ ଅତିକ୍ରମ କରିବ ।

ଆଜି ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ସ୍ଥଳଭାଗ ଛୁଇଁବା ପରେ ସମାନ ଦିଗରେ ଅର୍ଥାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ମୁହାଁଇବ । ଏହାପରେ କ୍ରମେ ଦୁର୍ବଳ ହେବ । ଏହାର ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା(Heavy to Heavy Rainfall) ହେବାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓଡିଶାରେ ସର୍ବଧିକ ପ୍ରଭାବ ରହିବ ।

୧୨ ଜିଲ୍ଲା ତଥା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳୁ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର,ବୌଦ୍ଧ, ବଲାଙ୍ଗୀର ଏବଂ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ପବନ ୬୫ କିମି ବେଗରେ ବହିବା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ରାତିରୁ ପବନ ଅଧିକ ହେବ । ଘଣ୍ଟା ପ୍ରତି ୫୫ ରୁ ୬୫ କିମି ବେଗରେ ବହିବ ପବନ ।

ଆସନ୍ତାକାଲି(ଶନିବାର) ଉତ୍ତର ଆଭ୍ୟନ୍ତରୀଣରେ ୪୦ କିମି ପବନ ବୋହିବାର ସମ୍ଭାବନା ରହିଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀରେ ସର୍ବାଧିକ ବର୍ଷା ପ୍ରଭାବ ପଡିବ । ଉପର ବ୍ରାହ୍ମଣୀ ଓ ତଳ ବ୍ରାହ୍ମଣୀ ଅବବାହିକାରେ ଆସନ୍ତାକାଲି ଅଧିକ ବର୍ଷା ହେବ । ମହାନଦୀ ଉପର ମୁଣ୍ଡରେ ଆସନ୍ତାକାଲି ଠାରୁ ଅଧିକ ବର୍ଷା ହେବ କିନ୍ତୁ ତଳ ମୁଣ୍ଡରେ ବିଶେଷ ବର୍ଷା ହେବନାହିଁ । ଯାହା ବନ୍ୟାଜଳ ନିଷ୍କାସନରେ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.