ETV Bharat / city

ଜେଲ ଗଲେ ଅଙ୍ଗନବାଡି ଦିଦି; ଦରମା ୭୫୦୦, ସମ୍ପତ୍ତି ୪ କୋଟି - କବିତା ମଥାନ ଗିରଫ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି । ଭିଜିଲାନ୍ସର ରେଡ୍ ପରେ ଅଙ୍ଗନବାଡି କର୍ମୀଙ୍କ ଠାରୁ 4 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଅଧିକ ପଢନ୍ତୁ...

four-crore-property-owner-anganwadi-worker-arrested-by-vigilance
ମାସିକ ଦରମା ୭୫୦୦ ହେଲେ ୪ କୋଟିର ମାଲିକାଣି, ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି
author img

By

Published : Sep 15, 2021, 4:46 PM IST

Updated : Sep 16, 2021, 6:57 AM IST

ଭୁବନେଶ୍ବର: ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ କୋରଡକଣ୍ଟା ଅଙ୍ଗନବାଡି ଦିଦି କବିତା ମଥାନ ଗିରଫ । ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲକୁ ପଠାଯାଇଛି ।

ଜେଲ ଗଲେ ଅଙ୍ଗନବାଡି ଦିଦି, ଦରମା ୭୫୦୦ ସମ୍ପତ୍ତି ୪ କୋଟିର

ତେବେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ନିକଟରୁ ଜବତ ହୋଇଥିବା ୪ କୋଟି ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ୨ କୋଟି ୯୬ ଲକ୍ଷ ୩୯ ହଜାର ୪୭୫ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ କହିଛି । ସୂଚନା ଅନୁଯାୟୀ, ପିସି ଆକ୍ଟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ୍ । ମଙ୍ଗଳବାର ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବାସଭବନ ସମେତ 6 ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଗତକାଲିର ରେଡ୍ ପରେ କବିତା ମଥାନଙ୍କ 4 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମାସିକ 7 ହଜାର 500 ଟଙ୍କା ଦରମା ପାଉଥିବା ଅଙ୍ଗନବାଡି କର୍ମଚାରୀ କିପରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ତାଙ୍କ ସମ୍ପତ୍ତିରେ 4ଟି ବିଲ୍ଡିଂ ସହ 14ଟି ପ୍ଲଟ ରହିଛି । ଭୁବନେଶ୍ବରର 10ଟି ନାମୀଦାମୀ ସ୍ଥାନରେ ପ୍ଲଟ ସହ ଜଗତସିଂହପୁରରେ 3ଟି ଓ ଖୋର୍ଦ୍ଧା ବାଲିଅନ୍ତାରେ ଗୋଟିଏ ପ୍ଲଟ ରହିଥିବା ଠାବ କରିଛି ଭିଜିଲାନ୍ସ ।

ଏଥିସହ 2.2 ଲକ୍ଷ ଟଙ୍କାର ସୁନା ଗହଣା ସହ ଗୋଟିଏ ଦାମୀ ଚାରିଚକିଆ କାର୍ ସହ 2ଟି ବାଇକ ଜବତ କରାଯାଇଛି । ମୋଟ 4କୋଟି ଟଙ୍କାର ସମ୍ପତ୍ତି ଠାବ ପରେ ଏହିସବୁ ଟଙ୍କା କେଉଁ ଉତ୍ସରୁ ଆସିଛି ତାହାର ଛାନଭିନ ଜାରି ରହିଛି ।

ଗତକାଲି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ 6ଟି ଘର ସମେତ 7ଟି ଜାଗାରେ ରେଡ୍ ହୋଇଥିଲା । କୋରଡକଣ୍ଟାସ୍ଥିତ ଅଙ୍ଗନବାଡି ସେଣ୍ଟର ସମେତ ଝାରପଡାର ତିନୋଟି ସ୍ଥାନରେ ଥିବା ବାସଭବନ, କେଶୁରାସ୍ଥିତ ଘର, କେନ୍ଦ୍ରାପଡାସ୍ଥିତ ପୈତୃକ ବାସଭବନ ଏବଂ ଜଗତସିଂହପୁର ଜଇନାବାଦରେ ଥିବା ଶାଶୁ ଘରେ ରେଡ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା/ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 16, 2021, 6:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.