ETV Bharat / city

SC&ST ବିଭାଗର 4 ହଜାର କୋଟିର ବ୍ୟୟ ଅଟକଳ ପାରିତ - ଏସସି ଏସଟି ବିଭାଗର ବ୍ୟୟ ଅଟକଳ ପାରିତ

ବିଧାନସଭାରେ 2022-23 ଆର୍ଥିକ ବର୍ଷ ଲାଗି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୪ ହଜାର କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳ ପାରିତ । ଅଧିକ ପଢନ୍ତୁ

SC&ST ବିଭାଗର 4 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପାରିତ

author img

By

Published : Jul 15, 2022, 6:57 AM IST

ଭୁବନେଶ୍ବର: 202-23 ଆର୍ଥିକ ବର୍ଷ ଲାଗି ଅନୁସୂଚିତ ଜାତି ଓ ଜନଜାତି ବିଭାଗର 4 ହଜାର 91 କୋଟି 98 ଲକ୍ଷ 60 ହଜାର ଟଙ୍କାର ବ୍ୟୟ ଅଟକଳ ଗୁରୁବାର ଗୃହରେ ପାରିତ ହୋଇଛି । ସର୍ବସମ୍ମତି କ୍ରମେ ବିଭାଗର ବ୍ୟୟ ଅଟକଳ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ବ୍ୟୟ ଅଟକଳ ଆଲୋଚନା ଲାଗି ଗୃହରେ ଉପସ୍ଥାପନ କରିଥିଲେ । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଶେଷ ପାହାଚରେ ଥିବା ଅବହେଳିତ ବର୍ଗଙ୍କ ପ୍ରତି ସରକାର ନିଦା ବିଷ୍ଣୁ ସାଜିଛନ୍ତି ବୋଲି ଆଲୋଚନାରେ ଭାଗ ନେଇ ବିଜେପି ପକ୍ଷରୁ କୁହାଯାଇଛି ।

ଏହି ବର୍ଗଙ୍କୁ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଆବାସିକ ସ୍କୁଲଗୁଡ଼ିକରେ ଝିଅମାନେ ଗର୍ଭବତୀ ହେଉଥିବାର ଖବର ବିଭିନ୍ନ ସମୟରେ ଆସୁଛି । ଯାହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ''ରାଜ୍ୟରେ ଆଦିବାସୀଙ୍କ ପ୍ରତି ଅବିଚାର କରାଯାଉଛି । ସେମାନଙ୍କର ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉନି ।'' କଥା ଛଳରେ ନରସିଂହ ନୂଆପଡାର ଜଣେ ଦିବ୍ୟାଙ୍ଗ ଶିଶୁର ମନ୍ତବ୍ୟକୁ ଉଦାହରଣ ଦେଇ ସରକାର କଣ ଅନ୍ଧ କି ବୋଲି ପ୍ରଶ୍ନ କରିଛନ୍ତି । ଏହାପରେ ଗୃହ କାର୍ଯ୍ୟକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.