ETV Bharat / city

ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣା, ୪ ଗିରଫ

author img

By

Published : Jun 21, 2022, 2:02 PM IST

Updated : Jun 21, 2022, 5:53 PM IST

ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣାରେ ଚାରି ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଗାଡି ମାଲିକ ସହ ଗଣ୍ଡଗୋଳ ଯୋଗୁଁ ଏପରି କାଣ୍ଡ ଭିଆଇଥିଲା ଗାଡିର ଡ୍ରାଇଭର । ଅଧିକ ପଢନ୍ତୁ

ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣା, ୪ ଗିରଫ
ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣା, ୪ ଗିରଫ

ଭୁବନେଶ୍ବର: ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣାରେ ଚାରି ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଗାଡି ମାଲିକ ସହ ଗଣ୍ଡଗୋଳ ଯୋଗୁଁ ଏପରି କାଣ୍ଡ ଭିଆଇଥିଲା ଗାଡିର ଡ୍ରାଇଭର । ୭୦ରୁ ୮୦ହଜାର ବକେୟା ଟଙ୍କା ନଦେବରୁ ଡ୍ରାଇଭର ଓ ତାର କିଛି ସହଯୋଗୀ ଏପରି କାଣ୍ଡ ଘଟାଇଥିବା କମିଶନରେଟ ପୋଲିସ ତରଫରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଡ୍ରାଇଭର ବିଶ୍ବଜିତ ରାଉତ, ତାର ଭାଇ ସୁସିଲ ରାଉତ, ସହଯୋଗୀ ରାଜୁ ପ୍ରଧାନ ଓ ସୁଧିର ବାରିକ ।

ଡେଲଟା ଛକରେ ସ୍କର୍ପିଓରେ ନିଆଁ ଲଗାଇବା ଘଟଣା

ତେବେ ଘଟଣା ଘଟିଥିବା ସ୍ଥାନରେ ସୁସିଲ ରାଉତର ଏକ ଫାଷ୍ଟଫୁଡ ଦୋକାନ ରହିଥିଲା । ଏହି ଘଟଣା ପରେ ପୋଲିସ ବିଏମସି ଡକାଇ ଦୋକାନକୁ ଭାଙ୍ଗିଥିବା ଜଣାପଡିଛି । କାରଣ ଏଠାରେ ଜବରଦଖଲରେ ସେମାନେ ଏକାଠି ହୋଇ ଖଟି କରନ୍ତି । ଫଳରେ ସୋମବାର ରାତିରେ ଏକ ଗାଡ଼ିରେ ନିଆଁ ଲଗାଇ ଆତଙ୍କ ଖେଳାଇଥିଲେ । ଏପରିକି ଖଣ୍ଡା ଭୁଜାଲିରେ ଆତଙ୍କ ଖେଳାଇ ଥିବା ମଧ୍ୟ ପୋଲିସ ସୁତ୍ରରୁ ସୂଚନା ମିଳିଛି । ତେଣୁ ଏପରି ଆତଙ୍କକାରୀଙ୍କ ଆଡ୍ଡାକୁ ପ୍ରଶୟ ଦିଆଯିବନି । ଏନେଇ ଏ ସବୁ ଆଡ୍ଡା ଉପରେ ବୁଲଡୋଜର ଚଢାଇ ଜବରଦଖଲ ଦୋକାନକୁ ଭାଙ୍ଗିଛି BMC ଓ ପୋଲିସ ।

ସୂଚନା ଅନୁଯାୟୀ ସୋମବାର ରାଜଧାନୀର ଡେଲ୍‌ଟା ଛକରେ ଏକ ସ୍କର୍ପିଓରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ଗାଡି ଡ୍ରାଇଭର ଓ ତାର ସହଯୋଗୀ । ପରେ ଗାଡିଟି ପୋଡି ପାଉଁଶ ହୋଇଯିବା ପରେ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଥିଲେ ।

Last Updated : Jun 21, 2022, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.