ETV Bharat / city

କଂଗ୍ରେସର ନୂଆ ମଙ୍ଗୁଆଳ ହେଲେ ଶରତ, ଦାୟିତ୍ୱରୁ ମୁକ୍ତ ହୋଇଥିବାରୁ ଖୁସି ବୋଲି କହିଲେ ନିରଞ୍ଜନ

author img

By

Published : May 23, 2022, 8:02 PM IST

ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଦାୟିତ୍ବରୁ ମୁକ୍ତ ହୋଇଥିବାରୁ ଖୁସି ବୋଲି କହିଲେ ନିରଞ୍ଜନ

ଭୁବନେଶ୍ବର: ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି । ଶରତଙ୍କ ନିଯୁକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଘୋଷଣା ହୋଇଛି । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସଭାପତି ଦାୟିତ୍ବରେ ଥିବାସମୟରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, "AICC ଶରତ ପଟ୍ଟନାୟକଙ୍କୁ ସଭାପତି କରିଛନ୍ତି । ଏଥିପାଇଁ ମୁଁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଏ. ଚେଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ପିସିସି ଦାୟିତ୍ବରେ ଥିବା ବେଳେ ସମସ୍ତେ ଦିଗଦର୍ଶନ ଦେଇଥିଲେ, ସାହାଯ୍ୟ କରିଥିଲେ, ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ନିର୍ବାଚନ ଫଳାଫଳ ପରେ ଗତ ଦୁଇବର୍ଷ ତଳେ ମୁଁ ଇସ୍ତଫା ଦେଇଥିଲି । ମୋ ଦେହ ଖରାପ ପରେ ବାଧ୍ୟ ହେଇ ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲି । ମୋ ଇସ୍ତଫା ଗ୍ରହଣ କରିବାକୁ ନିବେଦନ କରିଥିଲି । ହେଲେ ଏନେଇ କୌଣସି ନିଷ୍ପତ୍ତି ନେଇନଥିଲେ AICC । ଆଜି ମୋତେ ଦାୟିତ୍ବରୁ ମୁକ୍ତ କରିଥିବାରୁ ବହୁତ ଖୁସି ।"

ସଭାପତି ଦାୟିତ୍ବରେ ନଥିଲେ ସୁଦ୍ଧା ଦଳରେ ଦେଶ ଓ ରାଜ୍ୟର ଉନ୍ନତି ଦିଗରେ କାମ କରିବେ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହାରି ମଧ୍ୟରେ କଂଗ୍ରେସକୁ ସୁଦୃଢ଼ କରି କାମ କରି ପାରିନଥିବାରୁ ଅଫସୋସ ଜାହିର କରିଛନ୍ତି ନିରଞ୍ଜନ ପଟ୍ଟନାୟକ । କିଛିଦିନ ଧରି କଂଗ୍ରେସ ଭିତରେ ଯେଉଁ ଏକତା ଓ ଶୃଙ୍ଖଳା ରହିବ କଥା ସେଟା ରହିଲା ନାହିଁ ବୋଲି କହିଛନ୍ତି ନିରଞ୍ଜନ । ନୂତନ ସଭାପତିଙ୍କ ନେତୃତ୍ବରେ ଦଳର ସମସ୍ତ କର୍ମୀ ଏକ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.