ETV Bharat / city

ଅନୁପ ସାଏ ଗିରଫ ମାମଲା; ଡବଲ ମର୍ଡରରେ ବ୍ୟବହାର ହୋଇଥିଲା 2ଟି ଗାଡି - ଛତିଶଗଡ ପୋଲିସ

କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କ ଡବଲ ମର୍ଡର ମିଷ୍ଟ୍ରିର ଘଟଣାରେ ଭିନ୍ନ ମୋଡ । ଡ୍ରାଇଭର ଗିରଫ ହେବାପରେ ବଦଳି ପାରେ ଘଟଣାର ଦିଗ। ହତ୍ୟାକାଣ୍ଡରେ ଗୋଟିଏ ଗାଡି ନୁହେଁ 2(ଦୁଇଟି) ଗାଡି ହୋଇଥିଲା ବ୍ୟବହୃତ । ଦ୍ବିତୀୟ ଗାଡି କାହାର କେଉଁମାନେ ଥିଲେ ପଢନ୍ତୁ ସଂପୂର୍ଣ୍ଣ ଖବର...

former mla anup sai
ଅନୁପ ମିଷ୍ଟ୍ରୀ; ଡ୍ରାଇଭରଙ୍କୁ ବାନ୍ଧିଲା ପୋଲିସ; ବର୍ଦ୍ଧନ ଦେଖାଇଲା ହତ୍ୟାର ଡେମୋ
author img

By

Published : Feb 16, 2020, 6:36 PM IST

ଝାରସୁଗୁଡା: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୋଲିସ ଗିରଫ କରିସାରିଛି । ଅନୁପଙ୍କ ବୟାନକୁ ଆଧାର କରି ଛତିଶଗଡ ପୋଲିସ ଶନିବାର ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇଥିଲା ।

ଅନୁପ ସାଏ ଗିରଫ ମାମଲା; ଡବଲ ମର୍ଡରରେ ବ୍ୟବହାର ହୋଇଥିଲା 2ଟି ଗାଡି

ଏହାସହ ପୋଲିସ ବର୍ଦ୍ଧନଙ୍କୁ ଘଟଣାରେ ତାଙ୍କର ସଂପୃକ୍ତି ଅଛି ନା ନାହିଁ ? ଏହାସହ ଘଟଣାର ବିଭିନ୍ନ ଦିଗକୁ ନେଇ ଜେରା କରିଥିଲା । ପୋଲିସ ହାତରେ ବର୍ଦ୍ଧନଙ୍କ ସଂପୃକ୍ତି ନେଇ ଠୋସ ପ୍ରମାଣ ଲାଗିବା ପରେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଛି ।

ଏହାସହ ରବିବାର ରାୟଗଡ ପୋଲିସର ଏକ ବିଶେଷଜ୍ଞ ତଦନ୍ତକାରୀ ଦଳ ବର୍ଦ୍ଧନଙ୍କୁ ଧରି ଘଟଣା ସ୍ଥଳକୁ ନେଇଛି । ଅନୁପ ଓ ବର୍ଦ୍ଧନ କିଭଳି ଭାବେ, କେଉଁ ସ୍ଥାନରେ କିପରୀ ହତ୍ୟା କରିଥିଲେ, ହତ୍ୟା କରିବା ପରେ କଣ କରିଥିଲେ ସେସବୁ ଜାଣିବା ପାଇଁ ପୋଲିସ ଉଦ୍ୟମ କରିଛି । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତଥ୍ୟ ପ୍ରମାଣକୁ ଆହୁରି ସୁଦୃଢ କରିବା ପାଇଁ ଘଟଣା ସ୍ଥଳରେ ପ୍ରତୀକାତ୍ମକ ମୃତଦେହ ପ୍ରସ୍ତୁତ କରିଛି । ଏହାସହ ବର୍ଦ୍ଧନକୁ ଡେମୋ ଦେଖାଇବା ପାଇଁ କହିଥିବା ଜଣାପଡିଛି ।

ତେବେ ଏହି ଘଟଣା ପୋଲିସର ପର୍ଦ୍ଦାଫାସ ପରେ ବର୍ତ୍ତମାନ ସୁଦ୍ଧା ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ବର୍ଦ୍ଧନ ପୋଲିସ ଆଗରେ ଅନେକ ଗୁରୁତ୍ବପୂର୍ଣ୍ଣ ସତ ଓଗାଳିଛି । ସୂତ୍ର ଅନୁସାରେ ଏହି ହତ୍ୟାକାଣ୍ଡରେ ଗୋଟିଏ ଗାଡି ନୁହେଁ 2 ଟି ଗାଡି ବ୍ୟବହାର ହୋଇଛି । ପ୍ରଶ୍ନ ଉଠୁଛି ଏହି ଦ୍ବିତୀୟ ଗାଡିରେ କେତେ ଜଣ ଥିଲେ କେଉଁମାନେ ଥିଲେ? ସେମାନଙ୍କର ଭୂମିକା କଣ? ସେମାନେ ଅନୁପଙ୍କ ନିଜ ଲୋକ ନା ଆଉ କିଏ ? ନା ତଦନ୍ତକୁ ବାଟବଣା କରିବା ପାଇଁ ବର୍ଦ୍ଧନ ଦ୍ବିତୀୟ ଗାଡି କଥା ପୋଲିସ ଆଗରେ କହୁଛି । ବର୍ତ୍ତମାନ ସୁଦ୍ଧା ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗାଡି ଜବତ କରିପାରି ନାହିଁ ।

ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁଯାଏ ଚାଉଛି, ଆଉ କାହାକୁ ଗିରଫ କରୁଛି ତାକୁ ଅପେକ୍ଷା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.