ETV Bharat / city

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା; ମାମଲା ସ୍ଥାନାନ୍ତର ଲାଗି ଆବେଦନ

author img

By

Published : Mar 17, 2021, 5:32 PM IST

ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ମାମଲା ସ୍ଥାନାନ୍ତରଣ କରିବା ପାଇଁ ଜିଲ୍ଲାଜଜଙ୍କୁ ଆବେଦନ କରିଛନ୍ତି ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା । ଅଧିକ ପଢନ୍ତୁ...

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା

ଭୁବନେଶ୍ବର: ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ମାମଲା ସ୍ଥାନାନ୍ତରଣ କରିବା ପାଇଁ ଜିଲ୍ଲା ଜଜଙ୍କୁ ଆବେଦନ କରିଛନ୍ତି ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା । ଏସଡିଜେଏମ୍ କୋର୍ଟରେ ନ୍ୟାୟ ନମିଳିବାର ଆଶଙ୍କା ବ୍ୟକ୍ତ କରି ୱାନସିସି କେସ ନଂ- 5 / 2021 ମାମଲାକୁ ତାଙ୍କ କୋର୍ଟରୁ ଅନ୍ୟ କୌଣସି ମାଜିଷ୍ଟ୍ରେଟଙ୍କ କୋର୍ଟକୁ ସ୍ଥାନାନ୍ତରଣ ଲାଗି ଆବେଦନ କରିଛନ୍ତି ବନଜା ପଣ୍ଡା ।

ଏନେଇ ଜିଲ୍ଲା ଜଜଙ୍କ ନିକଟରେ ସିଆରପିସି ଧାରା ଅନୁଯାୟୀ ଏକ ଟ୍ରାନ୍ସଫର ପିଟିସନ୍ ଦାଏର କରିଛନ୍ତି ବନଜା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ବନଜା ଏକ ମାମଲା ଦାୟର କରିଥିଲେ । ତତ୍କାଳୀନ ଜିଲ୍ଲା ଏସପି ରିସିକେସ୍ ଖୁଲାରୀ, ଆଇଆଇସି ରାମ ପ୍ରସାଦ ନାଗଙ୍କୁ ମିଶାଇ ୬ ଜଣ ପୋଲିସ ଅଫିସରଙ୍କ ବିରୁଦ୍ଧରେ ଆଇପିସିର ୧୩ ଟି ଦଫା ଲଗାଇ ଗତ ଜାନୁୟାରୀରେ ଏକ ୱାନସିସି କେସ ଫାଇଲ କରିଥିଲେ । କେସ ଫାଇଲ ହେଲା ପରେ ଏସଡିଜେଏମ କୋର୍ଟ ପୋଲିସ ଅଫିସରଙ୍କ ବିରୁଦ୍ଧରେ କେସ କରିବା ପାଇଁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗରୁ ସିଆରପିସିର 197 ଧାରା ଅନୁଯାୟୀ ଅନୁମତି ଆଣିବା ପାଇଁ ଅର୍ଡର କରିଥିଲେ ।

ଏନେଇ ଆବଶ୍ୟକୀୟ ଅନୁମତି ପାଇଁ ଅଭିଯୋଗକାରୀ ପୋଲିସ ଡିଜି, ଗୃହ ସଚିବଙ୍କ ନିକଟରେ ଆବେଦନ କରିଥିଲେ । ଏହା ପରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହୋଇଥିବା ହତ୍ୟା ଅଭିଯୋଗର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚର ଏକ ଟିମ୍ ମାଲକାନଗିରି ଆସି କେତେକ ଅନୁସନ୍ଧାନ କରି ଫେରି ଯାଇଥିଲେ ।

ପୋଲିସ ଅଫିସରମାନଙ୍କ ବିରୋଧରେ ହୋଇଥିବା କେସଟି ଆଗକୁ ନଯାଇପାରିବାରୁ ଏସଡିଜେଏମ୍ ବାଧ୍ୟ ହୋଇ ଅଭିଯୋଗକାରୀ ବନଜା ପଣ୍ଡା ଓ ତାଙ୍କର ୨ ସାକ୍ଷୀ ପୁଅ ଏବଂ ଝିଅମାନଙ୍କର ଇନିସିଆଲ୍ ଷ୍ଟେଟମେଣ୍ଟ ରେକର୍ଡ କରିଥିଲେ । ଏହି ଷ୍ଟେଟମେଣ୍ଟରେ ଅଭିଯୋଗକାରୀ ପୋଲିସ ଅଫିସରମାନଙ୍କ ବିରୁଦ୍ଧରେ ହତ୍ୟା ଘଟଣାକୁ ଲୁଚାଇବା, ରାତାରାତି ମରଶରୀରକୁ ସତିଗୁଡା ଡ୍ୟାମରେ ଫୋପାଡିବା ପାଇଁ ବ୍ୟବସ୍ଥା କରିବା, ଅନୁସନ୍ଧାନ ନ କରିବା, ସାକ୍ଷୀମାନଙ୍କୁ ଧମକାଇବା, ବନଜା ଓ ତାଙ୍କ ପିଲାମାନଙ୍କୁ ଧମକ ଦେବା, ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ନକରିବା ପାଇଁ ପ୍ରବର୍ତାଇବା, ହତ୍ୟା ଅପରାଧଜନିତ ପ୍ରମାଣକୁ ନଷ୍ଟ କରିବା ଭଳି ସଙ୍ଗିନ ଅଭିଯୋଗ କରିଥିଲେ ।

ଏନେଇ ଅନେକ ଅପାତ ପ୍ରମାଣ ଯୋଗ୍ୟ ତଥ୍ୟ ଥିଲେ ମଧ୍ୟ ଏସଡିଜେଏମ୍ କୋର୍ଟ ସେସବୁର କଗନାଇଜେନ୍ସ ବା ସଜ୍ଞାନ ନେବା ପାଇଁ ରାୟ ପ୍ରକାଶ ନକରିବାରୁ ବନଜା ପଣ୍ଡା ତାଙ୍କ କୋର୍ଟରୁ ଅନ୍ୟ କୌଣସି କୋର୍ଟକୁ କେସଟିକୁ ତୁରନ୍ତ ଟ୍ରାନ୍ସଫର କରିବା ପାଇଁ ଜିଲ୍ଲାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି ।

ସେପଟେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବନଜାଙ୍କ ଓକିଲ । ବନଜାଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଜଣେ ଓକିଲ ହାଜର ହୋଇ ମାଲକାନଗିରିର ଏହି ପୋଲିସ ଅଫିସରମାନେ ବମ୍ବେର ସଚିନ୍ ୱାଜେଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ଦର୍ଶାଇଛନ୍ତି । ଏମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.