ETV Bharat / city

'ବେଙ୍ଗାଲୁରୁ କିମ୍ବା ପୁଣେରେ ଥିବ ହାଇଦର, ପୁଅର ଦ୍ୱିତୀୟ ପତ୍ନୀ କରୁଛି ସହଯୋଗ' - former inspector harihar padhi

ହାଇଦର ଫେରାର ପ୍ରସଙ୍ଗରେ ୧୫ବର୍ଷ ତଳେ ତାକୁ ଗିରଫ କରିଥିବା ତତ୍କାଳୀନ ନୟାପଲ୍ଲୀ ଥାନା ଇନସ୍ପେକ୍ଟର ହରିହର ପାଣିଙ୍କ ପ୍ରତିକ୍ରିୟା । ହାଇଦର ରାଜ୍ୟ ବାହାରକୁ ଖସି ପଳାଇଥାଏ ବୋଲି କରିଛନ୍ତି ସନ୍ଦେହ । ଅଧିକ ପଢନ୍ତୁ...

'ବାଙ୍ଗାଲୁରୁ କିମ୍ବା ପୁଣେରେ ଥିବ ହାଇଦର, ପୁଅର ଦ୍ୱିତୀୟ ପତ୍ନୀ କରୁଛି ସହଯୋଗ'

author img

By

Published : Apr 13, 2021, 8:22 PM IST

Updated : Apr 15, 2021, 10:32 AM IST

ଭୁବନେଶ୍ୱର: ବିରୋଧି ଗୋଷ୍ଠୀ ଭୟରେ କେନ୍ଦ୍ରାପଡା ଯାଇ ନଥାଇପାରେ ହାଇଦର । ବିଭିନ୍ନ ଚେକ ଗେଟର ଚୋରାବାଟ ଦେଇ ରାଜ୍ୟ ବାହାରକୁ ଖସି ଯାଇଥାଏପାରେ । ଏପରିକି ବେଙ୍ଗାଲୁରୁ କିମ୍ବା ପୁଣେରେ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ହାଇଦରକୁ ୧୫ବର୍ଷ ତଳେ ଗିରଫ କରିଥିବା ତତ୍କାଳୀନ ନୟାପଲ୍ଲୀ ଥାନା ଇନ୍ସପେକ୍ଟର ହରିହର ପାଣି ।

'ବେଙ୍ଗାଲୁରୁ କିମ୍ବା ପୁଣେରେ ଥିବ ହାଇଦର, ପୁଅର ଦ୍ୱିତୀୟ ପତ୍ନୀ କରୁଛି ସହଯୋଗ'

ହରିହର ପାଣି କହିଛନ୍ତି, ହାଇଦର ପୁଅ ରାଜାର ଦ୍ୱିତୀୟ ପତ୍ନୀ ବେଙ୍ଗାଲୁରୁ କିମ୍ବା ପୁଣେରେ ରହି ତାକୁ ସହଯୋଗ କରୁଥାଇପାରେ । ତେବେ ପୂର୍ବରୁ ସେ ୨୦୦୫ ମସିହାରେ ଶେଖ ଚୁନା ମର୍ଡର କେସରେ ହାଇଦରକୁ ଧରିବାକୁ ରାୟପୁର ଯାଇଥିଲେ । ଏପରିକି ତାକୁ ଧରିବା ପାଇଁ ବିଭିନ୍ନ ଚାଲ ଆପଣାଇ ଇନ୍ସପେକ୍ଟର ହରିହର ଏବଂ ଅନ୍ୟ ଜଣେ ଅଫିସର ଆଲୋକ ଜେନା ଶେଷରେ ନାଗପୁରର ଏକ ହୋଟେଲ ବାହାରେ ନିଜର ସହଯୋଗୀଙ୍କ ସହ ଗାଡ଼ିରେ ଶୋଇଥିବାବେଳେ ହାଇଦରକୁ ମାଡ଼ି ବସିଥିଲେ । ଏହି କାର୍ଯ୍ୟରେ ରା଼ଞ୍ଚିର କ୍ରାଇମବ୍ରାଞ୍ଚ ସାପୋ ନାମକ ଅଫିସର ଓଡିଶା ପୋଲିସକୁ ସହଯୋଗ କରିଥିଲେ । ନିଜର ସେହି ଅଭିଜ୍ଞତାରୁ ହାଇଦର ରାଜ୍ୟ ବାହାରକୁ ଖସିବାରେ ସଫଳ ହୋଇଛି ବୋଲି କହିଛନ୍ତି ହରିହର ପାଣି ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 15, 2021, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.