ETV Bharat / city

ଜେଟଲୀ ଥିଲେ ଆମର ଅବିଭାବକ: ଧର୍ମେନ୍ଦ୍ର

ମୌଳିକ ବିଚାରଧାରାର ସେ ଥିଲେ ବିଚାରକ । ଛାତ୍ର ସମୟରୁ ରାଜନୀତି । ଜୟପ୍ରକାଶଙ୍କ ସରକାରରେ ସେ ଥିଲେ ତାରକା । ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଯାହାଙ୍କ ବିୟୋଗ ସାରା ଦେଶରେ ଖେଳିଯାଇଛି ଶୋକର ବାର୍ତ୍ତା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବାର୍ତ୍ତା ଜଣାଇଛନ୍ତି । ଜେଟଲୀଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁନଥିବା କହି ଭାବବିହ୍ବଳ ହୋଇପଡ଼ିଛନ୍ତି ଧର୍ମେନ୍ଦ୍ର ।

ଫାଇଲ ଫଟୋ
author img

By

Published : Aug 24, 2019, 4:49 PM IST

Updated : Aug 24, 2019, 7:21 PM IST

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବାର୍ତ୍ତା ଜଣାଇଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି କେନ୍ଦ୍ର ମନ୍ତ୍ରୀ ମର୍ମାହତ ବୋଲି ଭାବବିହ୍ବଳ ହୋଇ କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
aruna jetly
ଜେଟଲୀ ଥିଲେ ଆମର ଅବିଭାବକ

ଅରୁଣ ଜେଟଲୀଙ୍କ ମୃତ୍ୟୁ ହୋଇଛି ଭାବିଲେ ବିଶ୍ବାସ ହେଉନାହିଁ । ଅସୁସ୍ଥ ହେବାର ଦୁଇ ତିନିଦିନ ପୂର୍ବରୁ ତାଙ୍କୁ ଭେଟିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ବିଜେପି ପରିବାର ପାଇଁ ସେ ଥିଲେ ଜଣେ ଅବିଭାବକ ସଦୃଶ । ଜୟପ୍ରକାଶଙ୍କ ସରକାରରେ ଜେଟଲୀ ଥିଲେ ଜଣେ ତାରକା । ମୈଳିକ ବିଚାର ଧାରାର ସେ ଥିଲେ ଜଣେ ପୁରୋଧା ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଅରୁଣ ଜେଟଲୀଙ୍କ ମୃତ୍ୟୁ ପରେ ବିଜେପି ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି । ଆଜିର ଏହି ଦୁଃଖଦ ମୂହୁର୍ତ୍ତରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 24, 2019, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.