ETV Bharat / city

IPS ଦେବାଶିଷଙ୍କୁ କାହିଁକି ମିଳିଲାନି ଗାର୍ଡ ଅଫ ଅନର: ସଞ୍ଜୀବ ମାରିକ

author img

By

Published : Jun 23, 2021, 7:47 AM IST

ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଓଡ଼ିଶା ପୋଲିସର ଅସମ୍ମାନ ଅଭିଯୋଗ । କାହିଁକି ଗାଇଡ଼ ଲାଇନକୁ ଭୁଲିଗଲା ଓଡିଶା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ । ଅଧିକ ପଢନ୍ତୁ...

IPS ଦେବାଶିଷଙ୍କୁ କାହିଁକି ମିଳିଲାନି ଗାର୍ଡ ଅଫ ଅନର: ସଞ୍ଜିବ ମାରିକ

ଭୁବନେଶ୍ବର: ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଓଡ଼ିଶା ପୋଲିସର ଅସମ୍ମାନ ଅଭିଯୋଗ । ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଡେଭଲ୍ପମେଣ୍ଟର ନିୟମ ଅନୁସାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଅକାଳମୃତ୍ୟୁ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବ । କାହିଁକି ଗାଇଡ଼ ଲାଇନକୁ ଭୁଲିଗଲା ଓଡିଶା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ଏହାକୁ ନେଇ ପୋଲିସ ମହଲରେ କୋରୋନା ଯୋଦ୍ଧାକୁ ଅସମ୍ମାନ ବୋଲି ବଢୁଛି ତୀବ୍ର ଅସନ୍ତୋଷ । କଣ ଡିଜି ପୋଲିସ ଭୁଲିଗଲେ କି ହିତାହିତ ଜ୍ଞାନ ? ପୋଲିସକୁ ସମ୍ମାନ ଦେବାରେ କାହିଁକି ପଛଘୁଞ୍ଚା ? ଏଥିପାଇ ଜାଣିଶୁଣି ନିଆଯାଇଥିଲା କି ନିଷ୍ପତ୍ତି ? ପୋଲିସ ମୁଖ୍ୟାଳୟରେ ଏନେଇ କିଛି ଭିତିରି ରହସ୍ୟ ରହିଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଓଡ଼ିଶା ପୋଲିସର ଏଭଳି ମନୋଭାବ ଏବେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କ ପ୍ରତି ଏକ ଅସମ୍ମାନ ବୋଲି ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବ ଗତ ଶନିବାର ଖାନନଗର ସ୍ଥିତ ଶ୍ମଶାନରେ ହୋଇଥିଲା ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ । ଯେଉଁଠି ଯୋଗ ଦେଇଥିଲେ ଅନେକ ଆଇପିଏସ ପୋଲିସ ଅଫିସର । ହେଲେ କେହି ଜଣେ ବି ଏହି ଗାର୍ଡ଼ ଅଫ ଅନର ବିଷୟରେ ମୁହଁ ଖୋଲିନଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.