ଭୁବନେଶ୍ବର: ବିଜେପି ଛାଡିଲେ ଭୁବନେଶ୍ବରର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି । ଦଳର ଅଣଦେଖା କାରଣରୁ ବିଜେପି ଛାଡୁଥିବା ପ୍ରକାଶ କଲେ ରଘୁନାଥ । ଦଳ ଛାଡ଼ିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରଘୁନାଥ ।
ଭୁବନେଶ୍ୱରର ୬୩ନମ୍ବର ୱାର୍ଡରେ ଦୁଇ ଥର କର୍ପୋରେଟର ଭବେ ନିର୍ବାଚିତ ହୋଇଥିଲେ ରଘୁନାଥ ମହାନ୍ତି । ବର୍ତ୍ତମାନ ମହାନଗର ନିଗମ ନିର୍ବାଚନ ପୂର୍ବରୁ ଜଣେ କର୍ପୋରେଟର ଇସ୍ତଫା ଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନର ସକ୍ରିୟ କର୍ମୀ ହୋଇଥିଲେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ରଘୁନାଥ ମହାନ୍ତି ।
ତେବେ କେଉଁ ଦଳକୁ ଯିବେ ତାହା ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ନେଇନାହାନ୍ତି ଏବଂ ଆଜି ସନ୍ଧ୍ୟାରେ ସ୍ଥାନୀୟ ମୁରବିଙ୍କ ସହ ଏକ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଭୁବନେଶ୍ବରର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ