ETV Bharat / city

କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ମିଳିଲା ସନ୍ଧାନ, ୧୨ ତାରିଖରୁ ଥିଲେ ନିଖୋଜ

author img

By

Published : May 17, 2022, 4:51 PM IST

Updated : May 17, 2022, 5:33 PM IST

ମିଳିଲା ଆସ୍କା କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ସନ୍ଧାନ । ଗତ ୧୨ ତାରିଖରୁ ଥିଲେ ନିଖୋଜ । ଅଧିକ ପଢନ୍ତୁ

କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ମିଳିଲା ସନ୍ଧାନ, ୧୨ ତାରିଖରୁ ଥିଲେ ନିଖୋଜ
କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ମିଳିଲା ସନ୍ଧାନ, ୧୨ ତାରିଖରୁ ଥିଲେ ନିଖୋଜ

ଭୁବନେଶ୍ବର: ମିଳିଲା ଆସ୍କା କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ସନ୍ଧାନ । ରାମେଶ୍ବରମରୁ ଉଦ୍ଧାର କରି ଭୁବନେଶ୍ବର ଆଣିଛି କମିଶନରେଟ୍ ପୋଲିସ । ଥାନାରେ ପଚରାଉଚରା ପରେ ପରିବାର ଲୋକଙ୍କୁ କରିବ ହସ୍ତାନ୍ତର । ଗତ ୧୨ ତାରିଖରେ ମର୍ଣ୍ଣିଂ ୱାକ୍ ଯାଇ ଫେରିନଥିଲେ ସରୋଜ ପାଢୀ ।

ସୂଚନା ଅନୁଯାୟୀ, ବିଧାୟକଙ୍କ ନିଖୋଜ ପରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି ଅପହରଣ କରାଯାଇଥିବା ସନ୍ଦେହ କରି ସରୋଜଙ୍କ ପୁଅ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି 5 ଦିନ ପରେ ବିଧାୟକଙ୍କୁ ଠାବ କରିଛି । ତାମିଲନାଡୁର ରାମେଶ୍ବରମରୁ ଉଦ୍ଧାର କରିଛି ପୋଲିସ । ଭୁବନେଶ୍ବର ୟୁନିଟ-୬ ରାଧାକୃଷ୍ଣ ଏନକ୍ଲେଭରେରେ ରହିଆସୁଥିଲେ ସରୋଜ ପାଢୀ । ହଠାତ୍ ଗତ ୧୨ ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ସେ ନିଜେ କେଉଁଠାକୁ ଯାଇଥିଲେ କିମ୍ବା ଏଥିରେ ଅନ୍ୟ କାହାର ହାତ ଅଛି ସେନେଇ ସ୍ପଷ୍ଟ ହୋଇନାହିଁ । ୬୨ ବର୍ଷୀୟ ସରୋଜ ପାଢୀ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଆସ୍କା ବିଧାୟକ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 17, 2022, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.