ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ବିଶିଷ୍ଟ ଜନନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ତିରୋଧାନ ଦିବସ । ଏ ନେଇ କଂଗ୍ରେସ ଭବନରେ ଶ୍ରାଦ୍ଧ ବାର୍ଷିକୀ ଉଲପକ୍ଷେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଂଗ୍ରେସର ନେତା ଓ କର୍ମୀ ମାନେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ରାଜଧାନୀରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ନେଇ ଦାବି କରିଛି ଦଳ । ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି କାହିଁକି ନିର୍ମାଣ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରାରେ ଜଣେ ବହୁ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ଅବଦାନ ଓଡିଶା ପାଇଁ ଅତୁଳନୀୟ । ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶ କରିଛନ୍ତି । ବହୁ ଶିଳ୍ପ ପ୍ରତିଷ୍ଠା କରିଛନ୍ତି । ପଛୁଆବର୍ଗଙ୍କ ଉନ୍ନତିର ନାୟକ ସାଜିଥିବା କହିଛନ୍ତି ପିସିସି ସଭାପତି । କଂଗ୍ରେସ ନେତା ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ରାଜନୈତିଜ୍ଞ, ବାଗ୍ମୀ, ସୁଲେଖକ ତଥା ସାମ୍ବାଦିକ ଥିଲେ । ସେ ରାଜ୍ୟର ମୁଖ୍ୟଥିଲେ । ରାଜଧାନୀରେ ଅନେକ ରାଜନେତାଙ୍କ ପ୍ରତିମୂର୍ତ୍ତୀ ରହିଛି ହେଲେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନାହିଁ ।
ସୌଜନ୍ୟତା ଦୃଷ୍ଟିରୁ ପ୍ରତିମୂର୍ତ୍ତୀ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି । କେନ୍ଦ୍ର ମନ୍ତ୍ରୀ, ଓଡିଶାରେ ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ବହୁ ଦାୟିତ୍ବ ତୁଲାଇଥିଲେ ।
1927 ଜାନୁଆରୀ 3ରେ ପୁରୀ ଜିଲ୍ଲା ରାମେଶ୍ବରଠାରେ ସେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ପରେ 1949ରେ ଆହ୍ଲାବାଦ ବିଶ୍ବ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ । ଇଷ୍ଟର୍ଣ୍ଣ ଟାଇମସ ଖବରକାଗଜରୁ ସମ୍ବାଦିକତା ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ଓଡିଆ ଖବରକାଗଜ ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ଥିଲେ । 1971ରେ ପ୍ରଥମ ଥର ପାଇଁ ଲୋକସଭାରୁ ନିର୍ବାଚିତ ହୋଇଥିଲେ । ତାଙ୍କର ଅନେକ ଲେଖାବଳୀ ଲୋକପ୍ରିୟତା ହାସଲ କରିଛି । ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । 2015 ଏପ୍ରିଲ 21ରେ ତିରୁପତିରେ ତାଙ୍କର ଆକସ୍ମିକ ଦେହାନ୍ତ ହୋଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ