ଭୁବନେଶ୍ବର: ଶହେ ଦିନରେ ପହଞ୍ଚିଛି ମୋଦି ସରକାର 2.0 । ଅନେକ ସଫଳତା ଓ ଅସଫଳତା ସ୍ବାଦ ଚାଖିଛି ଏହି ସରକାର । ଅନେକ ସମୟରେ ଐତିହାସିକ ନିଷ୍ପତ୍ତି ନେଇ ଜନତାଙ୍କ ସହଯୋଗ ପାଇଛି ସରକାର ।
ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେଉ ଅବା ତ୍ରିପଲ ତଲାକ ବିରୋଧରେ ଆଇନ ଆଣିବା ହେଉ ସବୁଥିରେ ଜନତାଙ୍କ ସମର୍ଥନ ହାସଲ କରିଛି ଏହି ସରକାର । ସେପଟେ ଦେଶର ଅର୍ଥନୀତିରେ ଦେଖାଦେଇଥିବା ଉତ୍ଥାନ ପତନ ସାଙ୍ଗକୁ ବେରୋଜଗାର ସରକାରଙ୍କୁ ଅଡୁଆରେ ପକାଇଛି ।
ତେବେ ମୋଦି ସରକାରଙ୍କ ଦ୍ବିତୀୟ ପାଳି 100 ଦିନରେ ପହଞ୍ଚିଥିବାବେଳେ ଏହାକୁ କିପରି ଦେଖୁଛନ୍ତି ପୂର୍ବତନ ସେନାଧିକାରୀ । ଏନେଇ ଦୁଇ ଜଣ ପୂର୍ବତନ ସେନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ବିକାଶ ଦାସ ।