ETV Bharat / city

ରାଜ୍ୟରେ ନୂଆ ରାଜନୈତିକ ଦଳ ଗଠନ, ଆଗାମୀ ନିର୍ବାଚନରେ କରିବ ଅଂଶଗ୍ରହଣ - new political party

ଆଜି ଏହି ଦଳର ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଆଗାମୀ କାର୍ଯ୍ୟସୂଚୀ ଓ ଦଳର ଆଭିମୁଖ୍ୟ ବିଷୟରେ ସୂଚନା ଦିଆଯାଇଛି।

ନବ ଭାରତ ନିର୍ମାଣ ସେବା ପାର୍ଟି ଗଠନ
ନବ ଭାରତ ନିର୍ମାଣ ସେବା ପାର୍ଟି ଗଠନ
author img

By

Published : Feb 22, 2021, 5:45 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ଏକ ନୂଆ ରାଜନୈତିକ ଦଳର ଆତ୍ମ ପ୍ରକାଶ କରିଛି। ଯାହାର ନାମ 'ନବ ଭାରତ ନିର୍ମାଣ ସେବା ପାର୍ଟି' ଥିବାବେଳେ ଏହା ଏକ ଜାତୀୟ ସ୍ତରୀୟ ଦଳ ଭାବେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି।

ନବ ଭାରତ ନିର୍ମାଣ ସେବା ପାର୍ଟି ଗଠନ

ଆଜି(ସୋମବାର) ଏହି ଦଳର ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଆଗାମୀ କାର୍ଯ୍ୟସୂଚୀ ଓ ଦଳର ଆଭିମୁଖ୍ୟ ବିଷୟରେ ସୂଚନା ଦିଆଯାଇଛି।

ଦେଶ ତଥା ରାଜ୍ୟରେ ଅନେକ ରାଜନୈତିକ ଦଳ ଥିଲେ ମଧ୍ୟ ଏହା ଅନ୍ୟମାନଙ୍କ ଠାରୁ ଭିନ୍ନ ହେବା ସହ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ନେଇ କାର୍ଯ୍ୟ କରିବ ବୋଲି ଏହାର ଜାତୀୟ ସଭାପତି ଶ୍ରୀଯୁକ୍ତ ବୋମାଲି କାନ୍ତାରାଓ ସୂଚନା ଦେଇଛନ୍ତି।

ଶ୍ରୀଯୁକ୍ତ କାନ୍ତାରାଓ ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଜାତୀୟ ସାଧାରଣ ସମ୍ପାଦକ ଭାବେ ସୁଧୀର କୁମାର ଚୌଧୁରୀ, ରାଜ୍ୟ ସଭାପତି ଭାବେ କେଏସ ମହାପାତ୍ର, ରାଜ୍ୟ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି, ଜାତୀୟ ପ୍ରବକ୍ତା ପ୍ରକାଶ କୁମାର ସ୍ବାଇଁ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି।

ଏହି ଅବସରରେ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ସହ ଏହା ମୁଁ ନୁହେଁ ଆମେର ନାରା ନେଇ କାର୍ଯ୍ୟ କରିବ ବୋଲି କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଭିନ୍ନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନାମ ପ୍ରକାଶ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.