ETV Bharat / city

ରାଜ୍ୟରେ ଦୁଇଗୁଣା ହେଲା ଜଙ୍ଗଲ ନିଆଁ, ନିୟନ୍ତ୍ରଣରେ ଶିମିଳିପାଳ

author img

By

Published : Mar 11, 2021, 9:51 PM IST

ଜଙ୍ଗଲ ନିଆଁ ନେଇ ଟାସ୍କଫୋର୍ସ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି । ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି । ଅଧିକ ପଢନ୍ତୁ.

ରାଜ୍ୟରେ ଦୁଇଗୁଣା ହେଲା ଜଙ୍ଗଲ ନିଆଁ  , ନିୟନ୍ତ୍ରଣରେ ଶିମିଳିପାଳ

ଭୁବନେଶ୍ବର: ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ରହିଛି । ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି । କାଲି 497 ପଏଣ୍ଟରେ ନିଆଁ ଥିଲା । ଆଜି (ଗୁରୁବାର) ତାହା 1048ରେ ପହଞ୍ଚିଛି । ଶିମିଳିପାଳରେ ଗୋଟିଏ ପଏଣ୍ଟରେ ରହିଛି ନିଆଁ ।

ରାଜ୍ୟ ସରକାରଙ୍କ ଏକିକୃତ ତଥା ସକ୍ରିୟ ଆଭିମୁଖ୍ୟ ଯୋଗୁଁ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ସହ ସମଗ୍ର ରାଜ୍ୟରେ ବନାଗ୍ନିକୁ ପାୟତଃ ଆୟତାଧିନ କରାଯାଇପାରିଛି । ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାୟ ତଥ୍ୟାନୁସାରେ ବୁଧବାର 497 ଟି ବନାଗ୍ନି ପଏଣ୍ଟ ସ୍ଥାନରେ ସମଗ୍ର ରାଜ୍ୟରେ ଆଜି 1048 ସାଟେଲାଇଟ୍ ଆଧାରିତ ବନାଗ୍ନି ପଏଣ୍ଟ ପଞ୍ଜୀକରଣ କରାଇଛି । ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଇଲାକା ମଧ୍ୟରେ 26 ଓ 24 ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଛି । ଆହୁରି ମଧ୍ୟ ଗତକାଲି ବର୍ଷା ଦ୍ବାରା ଶିମିଳିପାଳରେ ଅଗ୍ନି ବିସ୍ତାରକୁ ସମବତଃ ରୋକିପାରିଛି । ରାଜ୍ୟରେ ଅଗ୍ନିଋତୁ ଜାରି ରହି ଥିବାରୁ ଅଗ୍ନିକାଣ୍ଡର ପୁନରାବୃତ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ଵାରା ସମସ୍ତ ଜଙ୍ଗଲ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଚେୟାରମ୍ୟାନ୍, ଟାୟଫୋର୍ସ ଗତକାଲି ସମସ୍ତ ଆଞ୍ଚଳିକ ଦଳ ସଂରକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଭିଡିଓ ସମିଳନୀରେ ବନାଗ୍ନି ଉପରେ ସବିଶେଷ ସମୀକ୍ଷା କରିଥିଲେ । ସେମାନଙ୍କୁ ସଜାଗ ରହିବାକୁ, ରାତ୍ରି ପେଟ୍ରୋଲିଂ ଏବଂ ଜଙ୍ଗଲ ଅଗ୍ନି ପଏଣ୍ଟରେ ପହଞ୍ଚି ନିଆଁକୁ ଆୟତ କରିବାକୁ ନିର୍ଦ୍ଦେଶ ରହିଥିଲା । ଆଗରୁ ନିୟୋଜିତ ଥିବା ୪ଟି ODRAF ଦଳ ସ୍ଥାନରେ ବର୍ତ୍ତମାନ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ODRAF ଦଳ ନିୟୋଜିତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.