ETV Bharat / city

Odisha Assembly: 3 ବର୍ଷରେ 282 ହାତୀ ଓ 17 ବାଘ ମୃତ

author img

By

Published : Sep 7, 2021, 4:40 PM IST

ବିଧାନସଭାରେ ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ହାତୀ ମୃତ୍ୟୁ ତଥ୍ୟ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Odisha Assembly: 3 ବର୍ଷରେ କେତେ ହାତୀ ମୃତ୍ୟୁ ହୋଇଛି ?

ଭୁବନେଶ୍ବର: ବିଗତ ଦିନରେ ବିଭିନ୍ନ କାରଣରୁ ରାଜ୍ୟର ଅନେକ ହାତୀ ମୃତ୍ୟୁମୁଖରେ ପଡିଛନ୍ତି । ବିଧାୟକ ଗଣେଶ ରାମ ଖୁଣ୍ଟିଆ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହୋଇଥିବା ହାତୀମୃତ୍ୟୁ ତଥ୍ୟ ଦେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଶ୍ନ କରିଥିଲେ । ବିଧାନସଭା ଗୃହରେ ଏହାର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଗତ 3 ବର୍ଷରେ ରାଜ୍ୟରେ ମୋଟ 282 ହାତୀଙ୍କ ମୃତ୍ୟୁ ହୋଇଛି । 2021-22ରେ 30 ହାତୀଙ୍କ ମୃତ୍ୟୁ ହୋଇଛି । ସେହିଭଳି 2020-21ରେ 77ଟି ହାତୀଙ୍କ ମୃତ୍ୟୁବରଣ କରିଛନ୍ତି । 2019-20ରେ 82 ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ 2018-19ରେ 93ଟି ହାତୀଙ୍କ ମୃତ୍ୟୁ ହୋଇଛି ।

ଖାଲି ସିତିକି ନୁହେଁ ଗତ 3 ବର୍ଷରେ ମୋଟ ବାଘ ମୃତ୍ୟୁ ତଥ୍ୟ ମଧ୍ୟ ଦେଇଛନ୍ତି ମନ୍ତ୍ରୀ । ଗତ ୩ ବର୍ଷରେ ମୋଟ 17ଟି ବାଘଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ ବର୍ଷ କେତେ ବାଘ ମୃତ୍ୟୁ ହୋଇଛି, ତାହାକୁ ନେଇ ସୂଚନା ଦେଇ ନାହାନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.