ETV Bharat / city

ଜାଗର ପାଇଁ ଇଟାଲୀରୁ ଓଡିଶା ଯାତ୍ରା

ସାରା ଦେଶରେ ଗତକାଲି ପାଳିତ ହୋଇଯାଇଛି ମହାଦେବଙ୍କ ମହାଶିବରାତ୍ରୀ । ଭାରତୀୟଙ୍କ ଏହି ସଂସ୍କୃତି ବିଦେଶୀଙ୍କ ପ୍ରଥମ ପସନ୍ଦ । ତେଣୁ ଇଟାଲୀର କେତେକ ନାଗରିକ ସାଜିଥିଲେ ଓଡ଼ିଶାର ବିଦେଶୀ ପର୍ଯ୍ୟଟକ । ଅଧିକ ପଢନ୍ତୁ...

author img

By

Published : Feb 22, 2020, 1:47 PM IST

ଜାଗର ପାଇଁ ଇଟାଲୀରୁ ଓଡିଶା ଯାତ୍ରା
ଜାଗର ପାଇଁ ଇଟାଲୀରୁ ଓଡିଶା ଯାତ୍ରା

ଭୁବନେଶ୍ବର: ମହାଦେବଙ୍କ ନିକଟରେ ମହାଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି ଦେଶବାସୀ । ଏହି ଅବସରରେ ଗତକାଲି ଓଡିଶାର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ପାଳନ କରାଯାଇଛି । ଆମର ଏହି ସଂସ୍କୃତି ଓ ପରମ୍ପରାକୁ କେଉଁ ଆଦିମ ଯୁଗରୁ ରହିଥିବାବେଳେ, ଆଜି ବି ଲୋକେ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଛି । ସେପଟେ, ଭାରତୀୟଙ୍କ ଏହି ସଂସ୍କୃତି ବିଦେଶୀଙ୍କୁ ନିକଟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ଓଡିଆଙ୍କ ଏହି ପର୍ବପର୍ବାଣୀ ଦେଖିବା ପାଇଁ କିଛି ବିଦେଶୀ ପର୍ଯ୍ୟଟକ ସାତ ଦରିଆ ପାର କରି ଆସନ୍ତି ।

ଜାଗର ପାଇଁ ଇଟାଲୀରୁ ଓଡିଶା ଯାତ୍ରା

ସେହିଭଳି କିଛି ପର୍ଯ୍ୟଟକ ଗତକାଲି ଏକାମ୍ର କ୍ଷେତ୍ର ଲିଙ୍ଗରାଜଙ୍କ ଅଞ୍ଚଳରେ ଦେଖିବାକୁ ମିଳିଥିଲେ । ଇଟାଲୀରୁ କିଛି ପର୍ଯ୍ୟଟକ ଏହି ଅବସରରେ ଆସି ଲୋକଙ୍କ ସହ ଭାବ ବିନିମୟ କରିଥିବା କହିଛନ୍ତି । ଏହା ସହ ଓଡିଆଙ୍କ ଚାଲିଚଳଣି ଓ ବ୍ୟବହାର ଉପରେ ଅନୁଧ୍ୟାନ କରିଥିଲେ । ଏହା ସହ ଓଡିଆ ଲୋକେ ଉଦାର ଓ ମେଳାପୀ ବୋଲି ମଧ୍ୟ ସେ କହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.