ETV Bharat / city

ଏଥର ଝାରପଡାର ମୁଖ୍ୟ ଆକର୍ଷଣ; ପ୍ୟାରିସର "ଡିଜିନି ଲ୍ୟାଣ୍ଡ ପାର୍କ"ତୋରଣ

ଚଳିତବର୍ଷ ପୂଜାରେ ଝାରପଡାର ମୂଖ୍ୟ ଆକର୍ଷଣ ସାଜିବ ପ୍ୟାରିସ ର "ଡିଜିନି ଲ୍ୟାଣ୍ଡ ପାର୍କ"ତୋରଣ । ଯାହାକୁ ନିର୍ମାଣ କରୁଛନ୍ତି 50 ରୁ ଉର୍ଦ୍ଧ୍ବ କାରିଗର । ସୁରକ୍ଷାକୁ ଦୃଷ୍ଟିରେ ରଖି 20ଟି ସିସିଟିଭି ସମେତ 300ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିୟୋଜନ କରାଯିବ । ରାବଣ ପୋଡିରେ 40 ଫୁଟ୍‌ର ରାବଣ ଆକର୍ଷଣ ସାଜିବା ବେଳେ ଭସାଣିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ଜଣାଯାଇଛି ।

author img

By

Published : Sep 18, 2019, 10:30 PM IST

ଫଟୋ ସୈଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଉ କିଛିଦିନର ବ୍ୟବଧାନ ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ରାଜଧାନୀର ପୂଜା କମିଟି ପକ୍ଷରୁ ଜୋରଦାର ଆୟୋଜନ କରାଯାଉଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଝାରପଡା ପୂଜା ସମିତି ଅନ୍ୟତମ ।

ଭିଡିଓ ସୈଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରତିବର୍ଷ ଏହି ପୂଜା ସମିତି ପକ୍ଷରୁ ଏପରି କିଛି ଆକର୍ଷଣୀୟ କାର୍ଯ୍ୟ ହାତକୁ ନିଆଯାଇଥାଏ । ଯେଉଁଥିପାଇଁ ଲୋକଙ୍କ ଚର୍ଚ୍ଚାରେ ସର୍ବଦା ରହିଥାଏ । ସେହିଭଳି ଚଳିତବର୍ଷ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହିତ ଏଥର ପ୍ୟାରିସର 'ଡିଜିନି ଲ୍ୟାଣ୍ଡ ପାର୍କ' ପ୍ରତିକୃତିର ତୋରଣ ନିର୍ମାଣ କରାଯାଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି । ଯାହାକି ସବୁ ମଣ୍ଡପଠାରୁ ଆକର୍ଷଣୀୟ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ୟୋକ୍ତାମାନେ ପ୍ରକାଶ କରିଛନ୍ତି । ଏହି ତୋରଣ ନିର୍ମାଣ କରିବା ପାଇଁ ବଜେଟ୍‌ ରହିଛି 40 ଲକ୍ଷ । ଯାହାକୁ ପଶ୍ଚିମବଙ୍ଗରୁ ପ୍ରତାପ ଚନ୍ଦ୍ର ଗିରୀଙ୍କ ସହିତ 50ରୁ ଉର୍ଦ୍ଧ୍ବ କାରିଗର ଦୀର୍ଘ ଦେଢ଼ ମାସ ଧରି କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

ଏଥର ପୂଜାକୁ ଆହୁରି ଆକର୍ଷଣୀୟ କରାଯିବାକୁ 3ଟି ମୁଖ୍ୟ ଗେଟ ସମେତ 5ଟି ଗେଟରେ ଏଲଇଡି ଲାଇଟରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି । ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି 20 ଟି ସିସିଟିଭି ସମେତ 300ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ନିୟୋଜନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଶିଖର ଜେନା କହିଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଥିବାବେଳେ ରାବଣ ପୋଡିରେ 40 ଫୁଟ୍‌ର ରାବଣ ଆକର୍ଷଣ ସାଜିବ ବୋଲି ସେ କହିଛନ୍ତି । ଭାଷାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ଜଣାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଉ କିଛି ଦିନର ବ୍ୟବଧାନ ପରେ ଜଗତଜନନୀ ମା ଦୁର୍ଗା ଙ୍କର ଧରାବତରଣ ହେବ।ମା ବିଭିନ୍ନ ମଣ୍ଡପ ମାନଙ୍କରେ ଭକ୍ତମାଙ୍କ ଦର୍ଶନ ଦେବା ସହିତ ତାଙ୍କୁ ଆଶିର୍ବାଦ ପ୍ରଦାନ କରିବେ।ଏଥିପାଇଁ ରାଜଧାନୀର ପୂଜା କମିଟି ପକ୍ଷରୁ ଜୋରଦାର ଆୟୋଜନ କରାଯାଉଥିବା ଦେଖିବାକୁ ମିଳିଛି।ସେଥିମଧ୍ୟରୁ ଝାରପଡା ପୂଜା ସମିତି ଅନ୍ୟତମ।

Body:ପ୍ରତିବର୍ଷ ଏହି ପୂଜା ସମିତି ପକ୍ଷରୁ ଏପରି କିଛି ଆକର୍ଷଣୀୟ କାର୍ଯ୍ୟ ହାତକୁ ନିଆଯାଇଥାଏ।ଯେଉଁଥିପାଇଁ ଲୋକଙ୍କ ଚର୍ଚ୍ଚାରେ ସର୍ବଦା ରହିଥାଏ।ସେହିଭଳି ଚଳିତବର୍ଷ ମଧ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିବ ସହିତ ଏଥର ପ୍ୟାରିସ ର ଡିଜିନି ଲ୍ୟାଣ୍ଡ ପାର୍କ ପ୍ରତିକୃତିର ତୋରଣ ନିର୍ମାଣ କରାଯାଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି।ଯାହାକି ସବୁ ମଣ୍ଡପ ଠାରୁ ଆକର୍ଷଣୀୟ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ୟୋକ୍ତାମାନେ ପ୍ରକାଶ କରିଛନ୍ତି।ଯେଉଁଥିପାଇଁ ପଶ୍ଚିମବଙ୍ଗରୁ ପ୍ରତାପ ଚନ୍ଦ୍ର ଗିରୀଙ୍କ ସହିତ ଆସିଥିବା 50 ରୁ ଉର୍ଦ୍ଧ୍ବ କାରିଗର ଦୀର୍ଘ ଦେଢ଼ ମାସ ଧରି କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।
ଏଥର ପୂଜାକୁ ଆହୁରି ଆକର୍ଷଣୀୟ କରାଯିବାକୁ 3ଟି ମୁଖ୍ୟ ଗେଟ ସମେତ 5ଟି ଗେଟ ରେ ଏଲିଡି ଲାଇଟ ରେ ବିଭିନ୍ନ ପୌରାଣିକ,ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।ସେହିଭଳି ସୁରକ୍ଷା କୁ ଦୃଷ୍ଟିରେ ରଖି 20 ଟି ସିସିଟିଭି ସମେତ 300 ରୁ ଉର୍ଦ୍ଧ୍ବ ସ୍ବେଛାସେବୀ କମିଟି ପକ୍ଷରୁ ନିୟୋଜନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଶିଖର ଜେନା କହିଛନ୍ତି।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଷଷ୍ଠୀ ରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଥିବାବେଳେ ରାବଣ ପୋଡି ରେ 40 ଫୁଟ ର ରାବଣ ଆକର୍ଷଣ ସାଯିବ ବୋଲି ସେକହିଛନ୍ତି।ଭାଷାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ଜଣାଯାଇଛି।
ବାଇଟ-ସଭାପତି-ଶିଖର ଜେନା,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.