ଭୁବନେଶ୍ବର: କୋରୋନା ସଚେତନତା ନେଇ ସାମାଜିକ ଦୂରତ୍ବ ରକ୍ଷା କରିବା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପ୍ରୟାସ ଜାରି ରହିଛି । ଏଥିପାଇଁ ଆଜିଠାରୁ (ବୁଧବାର) ୪-ନମ୍ବର ମାଛ ମାର୍କେଟକୁ ସାମୟିକ ଭାବେ ସ୍ଥାନାନ୍ତରିତ କରାଯାଇଛି ।
ଏହାକୁ ଭୁବନେଶ୍ବର ଶାସ୍ତ୍ରୀନଗର ଓ ରେଡ଼କ୍ରସ ଭବନ ମଧ୍ୟରେ ଥିବା ପଟେଲ ମାର୍ଗକୁ ସ୍ଥାନାନ୍ତରିତ କରାଯାଇଛି। ମାଛ ମାର୍କେଟରେ ଅଧିକ ଜନସମାଗମ ହେଉଥିବାରୁ, କୋରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଯାହାକୁ ରୋକିବାକୁ ଜନସାଧାରଣଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନିବେଦନ କରାଯାଉଛି।
ବିଏମସିର ଏହି ନିଷ୍ପତିକୁ ଫିସ ଭେଣ୍ଡର ମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଜନସାଧାରଣଙ୍କୁ ସଚେତନ କରୁଛନ୍ତି। କୋଭିଡ-୧୯କୁ ନିୟନ୍ତ୍ରଣ କରିବା ନେଇ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ