ETV Bharat / city

'ପର୍ଯ୍ୟାପ୍ତ ପରିମାଣରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି, ଚିନ୍ତିତ ହେବାର ଆବଶ୍ୟକ ନାହିଁ' - ଯୋଗାଣ ଅଧିକାରୀଙ୍କୁ କଳାବଜାରି ରୋକିବାକୁ ନିର୍ଦ୍ଦେଶ

ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ଚିନ୍ତିତ ନ ହେବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ....

କଳାବଜାରି ରୋକିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଖାଉଟି ଓ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ

author img

By

Published : May 5, 2021, 5:05 PM IST

Updated : May 5, 2021, 5:32 PM IST

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି ରୋକିବାକୁ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେମାନେ ଲକଡାଉନ ଅବଧି ସମୟରେ ବ୍ୟକ୍ତିଗତ ଭାବେ ହେଉ ଅବା ଫିଲ୍ଡ ଅଫିସରମାନଙ୍କ ସହାୟତାରେ କଳାବଜାରି ରୋକିବାକୁ କାର୍ଯ୍ୟ କରୁଛନ୍ତି, ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

  • I have instructed all CSOs of 30 districts to visit the markets personally and send the filed officers to strictly monitor and check black marketing and hoarding during the lockdown.

    — Ranendra Pratap Swain (@rajaaswain) May 5, 2021 " class="align-text-top noRightClick twitterSection" data=" ">

ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବକୁ ନେଇ ଚିନ୍ତିତ ନ ହେବା ପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାମଗ୍ରୀ ଉପଲବ୍ଧ ରହିଛି, ତେଣୁ ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣର ସାମଗ୍ରୀ ମହଜୁଦ ନ ରଖିବାକୁ ଅନୁରୋଧ କରିଛନ୍ତି ।

  • ଆମ ସରକାର ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି। ଭୟଗ୍ରସ୍ତ ହୋଇ ଅଯଥାରେ ଅଧିକ ପରିମାଣରେ କିଣି ସାମଗ୍ରୀ ମହଜୁଦ ରଖନ୍ତୁ ନାହିଁ।

    ଲକଡାଉନ ସମୟରେ ଜନସାଧରଣଙ୍କ ସହଯୋଗକୁ ଆମେ ପ୍ରଶଂସା ଜଣାଉଛୁ। (୨/୨)@CMO_Odisha @Food_Odisha @IPR_Odisha

ତେବେ ମନ୍ତ୍ରୀ ସ୍ବାଇଁଙ୍କ କହିବା ଅନୁଯାୟୀ ବଜାରରେ ଆଳୁ, ପିଆଜ, ଚାଉଳ, ଗହମ ଜାତୀୟ ଖାଦ୍ୟ, ଚିନି, ଡାଲି, ଖାଇବା ତେଲ ଆଦି ଅତ୍ୟାବଶ୍ଯକୀୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି । ସରକାର ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି । ଭୟଗ୍ରସ୍ତ ନହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ନ ରଖିବାକୁ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2021, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.