ETV Bharat / city

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ମିଳିବ ଅତିରିକ୍ତ ଚାଉଳ

ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସେପ୍ଟେମ୍ବର ମାସ ଶେଷ ସପ୍ତହରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର (ପିଏମଜିକେଏୱାଇ) ଅବଧିକୁ ଆହୁରି 3 ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 1, 2022, 5:37 PM IST

ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଆଉ 3 ମାସ ପାଇଁ ଅତିରିକ୍ତ ଚାଉଳ

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଉ 3 ମାସ ପାଇଁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ତିନି ମାସ ପାଇଁ ହିତାଧିକାରୀମାନେ ମାସକୁ 5 କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇବେ । ଏଥିପାଇଁ ରାଜ୍ୟ ସରକାର 49 କୋଟି ଟଙ୍କା ଖର୍ଚ୍ଚ କରି 13, 575 ମେଟ୍ରିକ ଟନ୍‌ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବାର ଯୋଜନା ରହିଛି ।

ସେପଟେ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର (PMJKAY) ଅବଧିକୁ ଆହୁରି 3 ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି ।

ଏବେ ସୁଦ୍ଧା ପିଏମଜିକେଏୱାଇର 6ଟି ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାର ଏ ବାବଦରେ ମୋଟ 3.45 ଲକ୍ଷ କୋଟି ଟଙ୍କାର ସବସିଡି ଯୋଗାଇ ଦେଇଛନ୍ତି । ଏହି ଯୋଜନାର ସପ୍ତମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅତିରିକ୍ତ 44 ହଜାର 762 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି । ଫଳରେ ପିଏମଜିକେଏୱାଇ ଯୋଜନାର ସବୁ ପର୍ଯ୍ୟାୟ ପାଇଁ ମୋଟ୍‌ ଖର୍ଚ୍ଚ ପରିମାଣ 3.91 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ମୋଟ 122 ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ ।

କୋଭିଡ ହ୍ରାସ ପାଉଥିଲେ ମଧ୍ୟ ସାରା ବିଶ୍ବ ଏହାର ପ୍ରଭାବକୁ ନେଇ ସଂଘର୍ଷ କରୁଛି । ମହାମାରୀ କାରଣରୁ ଦେଶର ସାଧାରଣ ଲୋକଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଛି । ତେଣୁ କେନ୍ଦ୍ର ସରକାର ପିଏମଜିକେଏୱାଇ ଯୋଜନାର ଅବଧିକୁ ଆଉ ତିନି ମାସ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାର ପିଏମଜିକେଏୱାଇ ଯୋଜନାର ଅବଧି ଆଉ ତିନି ମାସ ପାଇଁ ବଢ଼ାଇଥିବା କାରଣରୁ ଲୋକମାନେ ବିନା ଆର୍ଥିକ ଚାପରେ ସହଜରେ ଖାଦ୍ୟ ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.