ETV Bharat / city

ସୁଧୁରୁଛି ବନ୍ୟାସ୍ଥିତି, କମୁଛି ସବୁ ନଦୀର ଜଳସ୍ତର - ସୁଧୁରୁଛି ବନ୍ୟାସ୍ଥିତି

ରାଜ୍ୟର ବିଭିନ୍ନ ନଦୀରେ କମୁଛି ଜଳ ସ୍ତର । ରାଜ୍ୟରେ ହୋଇଥିବା ୯ ଶହରୁ ଅଧିକ ଘଳିଆର ମରାମତି ସରିଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଅଧିକ ପଢନ୍ତୁ...

ସୁଧୁରୁଛି ବନ୍ୟାସ୍ଥିତି, କମୁଛି ସବୁ ନଦୀର ଜଳସ୍ତର

author img

By

Published : Sep 2, 2020, 3:31 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ସୁଧୁରିବାରେ ଲାଗିଛି ବନ୍ୟା ସ୍ଥିତି । ବିଭିନ୍ନ ନଦୀରେ କମୁଛି ଜଳ ସ୍ତର । ହେଲେ ଅଧିକାଂଶ ତଳିଆ ଅଞ୍ଚଳ ଏବେ ବି ପାଣି ଘେରରେ ।

ହୀରାକୁଦକୁ 2 ଲକ୍ଷ 83 ହଜାର ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 4 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଯନ୍ତ୍ରୀ କହିବା ଅନୁଯାୟୀ ମୁଣ୍ଡଳୀରେ 7 ଲକ୍ଷ 66 ହଜାର ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ହୀରାକୁଦର 24ଟି ଗେଟ ଖୋଲିଛି ଆଉ ଦୁଇଟି ଗେଟ ବନ୍ଦ ହେବ।

ସୁଧୁରୁଛି ବନ୍ୟାସ୍ଥିତି, କମୁଛି ସବୁ ନଦୀର ଜଳସ୍ତର

ସେହିପରି ଇବ କ୍ୟାଚମେଣ୍ଟରେ ବର୍ଷା ହୋଇଛି । ଏଣୁ ହୀରାକୁଦର ଗେଟକୁ ବନ୍ଦ କରାହୋଇନି। ଅନ୍ୟପକ୍ଷେ ବରି ଦତ୍ତପୁରରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ବାଲିବସ୍ତା ବଲହା ମହଜୁଦ ଅଛି । ଅଧକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିବା ଯନ୍ତ୍ରୀ କହିଛନ୍ତି ।

ସେପଟେ ରାଜ୍ୟରେ ହୋଇଥିବା ୯ ଶହରୁ ଅଧିକ ଘଳିଆର ମରାମତି ସରିଛି । ବୈତରଣୀ ଓ ସଂଲଗ୍ନ ନଦୀରେ ଘାଇ ମରାମତି କାମ ଆରମ୍ଭ ହୋଇଛି । ଯାଜପୁରର ଦଶରଥପୁର ଓ ବରୀ ଅଞ୍ଚଳରେ କାମ ଆରମ୍ଭ ହୋଇଛି । 5ଟି ସିଷ୍ଟମରେ ବନ୍ୟା ଆସିଥିଲା। ବୈତରଣୀ ସିଷ୍ଟମରେ କାମ ଆରମ୍ଭ ହୋଇସାରିଥିବା ଜ୍ୟୋତିର୍ମୟ ରଥ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.