ଭୁବନେଶ୍ବର: ବାତ୍ୟା ୟସ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବଢିବ । ଏହାକୁ ଆକଳନ କଲେ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି । ତେଣୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଉପରେ ନଜର ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ଅଞ୍ଚଳରେ ଫ୍ଲାସ ଫ୍ଲଡ଼ ମଧ୍ୟ ହୋଇଛି । ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ସମସ୍ୟା ହେଉଛି । ଯେଉଁଠି ପାଣି ଜମିଛି ସେଠି ଅଫିସର ଅଛନ୍ତି । ବର୍ତ୍ତମାନ ବାତ୍ୟା ପାସ କଲା । ଅଫିସର ନଜର ରଖିଛନ୍ତି । ମୟୁରଭଞ୍ଜ ଶିମିଳିପାଳରେ ୧୪୬ ମିଲିମିଟର ବର୍ଷା ହୋଇଛି । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବର୍ତ୍ତମାନ ପାଣି ନାହିଁ । ମିଡିଅମ ରିଜର୍ଭର ବି ଖାଲି ଅଛି ଅଛି । ତଳିଆ ଅଞ୍ଚଳକୁ ଟିମ ଯାଇଛି । ବର୍ଷା କମିବା ପରେ କାମ ଆରମ୍ଭ ହେବ । ବାଲିଆପାଳ, କେନ୍ଦ୍ରାପଡାର ଏକ ଅଞ୍ଚଳ ସହ ପ୍ରାଥମିକ ଭାବେ କିଛି ସ୍ଥାନରେ ପାଣି ଜମି ରହିଛି । ଆଜି ପୂର୍ଣ୍ଣିମା ପାଣି ଠେଲିବ, ନିଷ୍କାସନ ହେବନାହିଁ । ଏହା ସାମାନ୍ୟ ସମସ୍ୟା ସୃଷ୍ଟି କରିପାରେ । ବାତ୍ୟାକୁ ନେଇ ଲୋକଙ୍କ ଅଭିଜ୍ଞତା ଅଛି । ତାଙ୍କୁ ନେଇ ଅଫିସର ମାନେ କାମ କରିବେ । ସୁବର୍ଣ୍ଣରେଖାରେ ବନ୍ୟା ହେବନି, ଯଦି ହୁଏ ତେବେ ତଳି ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ପ୍ରାଥମିକତା ରହିବ । ଗତକାଲି ୩୭ ଟା ବ୍ଲକରେ ୧୦୦ ମିଲିମିଟର ବର୍ଷା ହୋଇଛି ।
ସୂଚନାଥାଉକି ଆଜି ସାମୁଦ୍ରିକ ବାତ୍ୟା ୟସ ଲାଣ୍ଡଫଲ କରିଛି । ବାତ୍ୟା ଲାଣ୍ଡଫଲ ସମୟରେ ଘଣ୍ଟାକୁ 120 ରୁ 140 ବେଗରେ ପବନ ବହିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବାତ୍ୟା ପ୍ରକୋପ ଦେଖାଦେଇଛି ସମୁଦ୍ରକୂଳବର୍ତ୍ତୀ ଗାଁ ଗୁଡିକରେ ବନ୍ୟା ପାଣି ପ୍ରବେଶ କରିଛି । ଲ୍ୟାଣ୍ଡଫଲ ସମୟରେ ପବନ ଯୋଗଁ ବ୍ୟାପକ ପରିମାଣରେ ଗଛପତ୍ର ଭାଙ୍ଗି ଯାଇଛି । ବର୍ତ୍ତମାନ ଓଡିଶାରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ