ETV Bharat / city

‘ରାଜ୍ୟରେ ଗମ୍ଭୀର ହୋଇପାରେ ବନ୍ୟା ପରିସ୍ଥିତି’ - flood risk in the mahandi

ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଉପକୂଳ ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

ଆଗକୁ ଆହୁରି ଗମ୍ଭୀର ହେବ ବନ୍ୟା ପରିସ୍ଥିତି
ରାଜ୍ୟରେ ଗମ୍ଭୀର ହୋଇପାରେ ବନ୍ୟା ପରିସ୍ଥିତି; ଜଳସମ୍ପଦ ମନ୍ତ୍ରୀ
author img

By

Published : Aug 29, 2020, 11:57 AM IST

Updated : Aug 29, 2020, 12:18 PM IST

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଆଗକୁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିବ । ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ନିଜ ପ୍ରତିକ୍ରିୟା ରଖିଛନ୍ତି । ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ସେ କହିଛନ୍ତି । ଉପକୂଳ ଜିଲ୍ଲାରେ ମଧ୍ୟ ସମ୍ମାନ ସ୍ଥିତି ରହିଛି । ବର୍ତ୍ତମାନ ହୀରକୁଦର 44 ଗେଟ ଖୋଲା ରହିଥିବା ବେଳେ ରବିବାର ସକାଳ 5ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ। ମୁଣ୍ଡୁଳିରେ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

‘ରାଜ୍ୟରେ ଗମ୍ଭୀର ହୋଇପାରେ ବନ୍ୟା ପରିସ୍ଥିତି’

ଏହାକୁ ଦୃଷ୍ଟିରେ ରଖି ସମସ୍ତ ନଦୀକୂଳଆ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ବୈତରଣୀ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ରହିଛି। ଅନ୍ୟ ନଦୀର ଜଳସ୍ତର କମୁଛି । ବନ୍ୟା ଦ୍ୱାରା ମୋଟ 26ଟି ଘାଇ ସୃଷ୍ଟି ହୋଇଛି। ଯାଜପୁରର ବରୀରେ ସର୍ବାଧିକ ଘାଇ ସୃଷ୍ଟି ହୋଇଛି । ଅନ୍ୟ 48 ଦୁର୍ବଳ ସ୍ଥାନ ଉପରେ ମଧ୍ୟ ନଜର ରଖିଛି ପ୍ରଶାସନ । ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି । ଏନେଇ ଜଳସମ୍ପଦ ବିଭାଗର ସମୀକ୍ଷା ବୈଠକ ଘନ ଘନ ଜାରି ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିିଭି ଭାରତ

Last Updated : Aug 29, 2020, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.