ETV Bharat / city

ବ୍ୟାଙ୍କରୁ ଚୋରି କରି ଖସିଯାଉଥିଲା ଡକାୟତ, ବିଲରେ ଗୋଡାଇ ଧରିଲେ ସ୍ଥାନୀୟ ଯୁବକ - robbery

ଗ୍ରାହକ ବେଶରେ ଆସି ବ୍ୟାଙ୍କରେ ନକଲି ବନ୍ଧୁକ ଦେଖାଇ ଲୁଟର ଯୋଜନା ପଣ୍ଡ । ଲୁଟ ପରେ ଖସି ଯାଉଥିବା ଡକାୟତକୁ କାଦୁଆ ବିଲରେ କାବୁ କରିଛନ୍ତି କିଛି ସ୍ଥାନୀୟ ଯୁବକ । ଅଧିକ ପଢନ୍ତୁ...

ଖସିଯାଉଥିଲା ଡକାୟତ , କାଦୁଅ ବିଲରେ ଗୋଡେଇ ଧରିଲେ ସ୍ଥାନୀୟ ଯୁବକ

author img

By

Published : Sep 1, 2021, 2:18 PM IST

Updated : Sep 1, 2021, 2:23 PM IST

ଭୁବନେଶ୍ବର: ଚୋରି କରି ଫସିଗଲା ଡକାୟତ । ଗ୍ରାହକ ବେଶରେ ଆସି ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଟଙ୍କା ଗହଣା ନେଇ ଚମ୍ପଟ ମାରିବା ଯୋଜନା ପଣ୍ଡ ହୋଇଛି । ଡକାୟତଟି ଖସି ଯାଉଥିବା ସମୟରେ କାଦୁଆ ବିଲରୁ ତାକୁ ଗୋଡେଇ ଗୋଡେଇ କାବୁ କରିଛନ୍ତି କିଛି ସ୍ଥାନୀୟ ଯୁବକ । ବାଲିଅନ୍ତା ଥାନା ଅଞ୍ଚଳ ଅଟଳାରେ ଏପରି ଘଟଣା ଘଟିଛି ।

ଖସିଯାଉଥିଲା ଡକାୟତ , କାଦୁଅ ବିଲରେ ଗୋଡେଇ ଧରିଲେ ସ୍ଥାନୀୟ ଯୁବକ

ସୂଚନାଅନୁସାରେ, ବାଲିଅନ୍ତା ଥାନା ଅଟଳାରେ ଏକ ବ୍ୟାଙ୍କକୁ ସ୍ଥାନୀୟ ଅଞ୍ଚଳର ଉମାକାନ୍ତ ପରିଡା ନାମକ ଯୁବକ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଖେଳନା ବନ୍ଧୁକ ମୁନରେ ଭୟଭୀତ କରାଇ ନଗଦ ୮ଲକ୍ଷ ୬୩ହଜାର ୫୮ଟଙ୍କା ଓ କିଛି ସୁନା ଅଳଙ୍କାର ଲୁଟ କରି ବ୍ୟାଙ୍କ ପାଚେରୀ ଡେଇଁ ଖସି ଯାଇଥିଲା । ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଚିତ୍କାର କରିଥିଲେ ।

ପାଟି ଶୁଣି ସେଠାରେ ଖେଳୁଥିବା କିଛି ସ୍ଥାନୀୟ ଯୁବକ ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ ନେଇ ଡକାୟତକୁ ଗୋଡାଇଥିଲେ । କାଦୁଅ ବିଲରେ ଡକାୟତକୁ ଗୋଡେଇ ଗୋଡେଇ କାବୁ କରିଥିଲେ ୬ଜଣ ସ୍ଥାନୀୟ ଯୁବକ । ଖବର ପାଇ ବାଲିଅନ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ହେପାଜତକୁ ନେଇଛି । ଏହା ସହିତ ତା ପାଖରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ଆଜି(ବୁଧବାର) ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।

୬ ଜଣ ସାହାସୀ ଯୁବକଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଡ ଡକାୟତି ଯୋଜନା ପଣ୍ଡ ହୋଇପାରିଛି । ଯୁବକଙ୍କର ଏପରି ଉଦ୍ୟମ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଝୁଟିବାରେ ଲାଗିଛି । ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 1, 2021, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.