ETV Bharat / city

ପୂଜା ଭିଡରେ ମାତିଲେ ବ୍ଲେଡ ଗ୍ୟାଙ୍ଗ, ମଣ୍ଡପରୁ ଚୋରିବେଳେ ଧରାପଡିଲେ ୫ ଲୁଟେରା

author img

By

Published : Oct 3, 2022, 7:25 PM IST

ରାଜଧାନୀରୁ ଧରାପଡିଲେ ବ୍ଲେଡ୍ ଗ୍ୟାଙ୍ଗ୍‌ । ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲାବେଳେ 5ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ(Commissionerate police)। ଅଧିକ ପଢନ୍ତୁ

ପୂଜା ଭିଡରେ ମାତିଲେ ବ୍ଲେଡ ଗ୍ୟାଙ୍ଗ
ପୂଜା ଭିଡରେ ମାତିଲେ ବ୍ଲେଡ ଗ୍ୟାଙ୍ଗ

ଭୁବନେଶ୍ବର: ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ରହିଥିବାବେଳେ, ରାଜଧାନୀ ପୂଜା ମଣ୍ଡପରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌ । ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ କରୁଥିଲେ ଲୁଟ୍‌ । ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲାବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ(Commissionerate police)। ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ଲେଡ ଜବତ କରିଛି ।

ମଣ୍ଡପରୁ ଚୋରିବେଳେ 5ଜଣକୁ କାବୁକଲା ପୋଲିସ

ଏହା ମଧ୍ୟ ପଢନ୍ତୁ: ରାଜାଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

ପାର୍ବଣ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମୁଛି । ବର୍ତ୍ତମାନ ପୂଜାର ମାହୋଲରେ ଲୋକଙ୍କ ଗହଳିର ଫାଇଦା ନେଇ ଲୁଟ ପାଇଁ ବିଭିନ୍ନ ବାଟ ଆପଣାଉଥିଲେ ଏହି ଗ୍ୟାଙ୍ଗ । ଏହି ଅଭିଯୁକ୍ତମାନେ ଗହଳିରେ ବୟସ୍କ ବ୍ୟକ୍ତି, ମହିଳା ଏବଂ ଯୁବତୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରି କରୁଥିଲେ । ହାତରେ ‌ବ୍ଲେଡ୍‌ ଧରି ଗହଳି ଭିତରେ ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମୀ ଜିନିଷ ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲାବେଳେ, ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ସୂଚନା ରହିଛି ।ନୟାପଲ୍ଲୀ ଥାନାଧିକାରୀଙ୍କ ସୁଚନା ଅନୁସାରେ, ଏହି ଲୁଟେରାମାନେ ବାହାରେ ଚୁଡି ଦୋକାନ ପକାଇଛନ୍ତି । ସେହି ଆଳରେ ଏମାନେ ଗହଳି ଭିତରେ ବୁଲନ୍ତି । ପରେ ବ୍ଲେଡ ମାରି ଜିନିଷ ଲୁଟ୍‌ କରନ୍ତି । ପରେ‌ ହାତରୁ ଦିହାତ କରି ଜଣକରୁ ପାଞ୍ଚ ଜଣ ଗ୍ରୁପ ହୋଇ ଭିଡ ଭିତରେ ଜିନିଷ ହାତକୁ ଦିଆନିଆ ହୋଇ ଗାଏବ କରିଦିଅନ୍ତି । ଏହିପରି ଢଙ୍ଗରେ ଲୁଟ୍‌ବେଳେ ପୋଲିସ ଏମାନଙ୍କୁ ଧରିଛି ।

ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଛିନତାଇ ଗ୍ୟାଙ୍ଗ ଉପରେ କଡା ନଜର ରଖାଯାଇଛି । ପେଶାଦାର ଅପରାଧୀ ତଥା ଅଭ୍ୟାସଗତ ଅପରାଧୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଥିଲେ ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.