ETV Bharat / city

ବାଜିରେ ବିଜେପୁର, ଗୁରୁବାର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ ! - ବିଜେପୁର

ତାରିଖ ଘୋଷଣା ପରେ ବାଜିରେ ଲାଗିଲା ବିଜେପୁର । ମଇଦାନକୁ ଯିବା ପୂର୍ବରୁ ମଞ୍ଚ ସଜାଡିବାରେ ଲାଗିଲଣି ରାଜନୈତିକ ଦଳ । ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁରରେ ଦୁର୍ବଳ ହୋଇପଡ଼ିଛି କଂଗ୍ରେସ । ନିର୍ବାଚନ ମଣ୍ଡଳୀରୁ ପାଞ୍ଚଜଣ ନେତାଙ୍କୁ ଚୟନ କରିଛି କଂଗ୍ରେସ ଟିମ୍ । ଅଧିକ ପଢନ୍ତୁ:

ଫାଇଲ ଫଟୋ
author img

By

Published : Sep 25, 2019, 7:52 PM IST

ଭୁବନେଶ୍ବର: ବାଜି ସାରିଛି ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ । ଗଡ଼ ଜିତିବାକୁ ଅଣ୍ଟା ଭିଡ଼ିଲେଣି ପ୍ରମୁଖ ରାଜନୈତିକ ଦଳ । ପ୍ରଥମ ଦଫାରେ ଟିକେଟ ପାଇଁ ଚାଲିଛି ମାନସ ମନ୍ଥନ । ଏପଟେ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ସମ୍ମାନ ବଞ୍ଚାଇବା ପାଇଁ ଆରମ୍ଭ କରିଛି ପ୍ରୟାସ । ବିଜେପୁରରେ ପ୍ରାର୍ଥୀ ଦେବା ପାଇଁ ଦଳ ଆରମ୍ଭ କରିଛି କସରତ ।

ଗୁରୁବାର ପ୍ରାର୍ଥି ଘୋଷଣା କରିବ କଂଗ୍ରେସ...

ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବଳ ବଢାଇବା ପାଇଁ ଟିମ୍ ଗଠନ କରୁଛି ଦଳ । ଯେଉଁମାନେ ବିଜେପୁରରେ ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ସେମାନଙ୍କ ନାମ ଏଆଇସିସିକୁ ପଠାଯାଇଛି । ଏଥିପାଇଁ ପୂର୍ବରୁ ଗଠିତ କମିଟି ପାଞ୍ଚ ଜଣଙ୍କୁ ଚୟନ କରିଛି । ସେମାନଙ୍କ ଭିତରେ ରହିଛନ୍ତି ଅଭିଷେକ ସେଠ୍, ଦିଲ୍ଲୀନ ପଣ୍ତା, ରବିନ୍ଦ୍ର ପଣ୍ତା, ସୁଦେଶ୍ନା ସୁଆର ଓ ସୁରେନ୍ଦ୍ର ପାତ୍ର ।

ପିସିସି ଏହି ପାଞ୍ଚଜଣଙ୍କ ନାମ ଏଆଇସିସିକୁ ପଠାଯାଇଛି । କେନ୍ଦୀୟ ନେତୃତ୍ବ ଯାହା ଉପରେ ମୋହର ମାରିବେ ଦଳ ତାଙ୍କୁ ବିଜେପୁରରେ ପ୍ରାର୍ଥୀ ଭାବେ ଘୋଷଣା କରିବ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରିପୁନାଥ ସେଠ ପ୍ରାର୍ଥୀ ହୋଇଥିବା ବେଳେ ହାରିଯାଇଥିଲେ । କିନ୍ତୁ ଉପର ନିର୍ବାଚନରେ ଦଳ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ନେତାଙ୍କ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ସବୁ ଦଳ କସ ରତ ଆରମ୍ଭ କରିଛନ୍ତି। ପ୍ରଥମ ଦଫାରେ ଟିକେଟ ପାଇଁ ଚାଲିଛି ମନ୍ଥନ। କଂଗ୍ରେସ ତାର ପ୍ରସ୍ତୁତି କୁ ଜୋରଦାର କରିଦେଇଛି। ଯେଉଁମାନେ ଦାୟୀତ୍ବରେ ରହିବେ ସେ ନେଇ ନିଷ୍ପତି ହୋଇଛି। ବୈଠକର ନିଷ୍ପତି ଅନୁସାରେ ଏଆଇସିସି କୁ ପିସିସି ୫ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ସେମାନେ ହେଲେ ଆଭିଷେକ ସେଠ, ଦିଲ୍ଲୀନ ପଣ୍ତା, ରବିନ୍ଦ୍ର ପଣ୍ତା(ପୂର୍ବତନ ଚିଫ ଇନଜିନିୟର), ସୁଧେଶ୍ନା ସୁଆର ଏବଂ ସୁରେନ୍ଦ୍ର ପାତ୍ରଙ୍କ ନାମକୁ ପିସିସି ଏଆଇସିସିକୁ ସୁପାରିଶ କରିଛି। ଏଆଇସିସି ମୋହର ଲାଗାଇବାପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ କଂଗ୍ରେସ। ତେବେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅ ଅଭିଷେକ ସେଠଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.