ETV Bharat / city

'ଫିଟ ଇଣ୍ଡିଆ କୁଇଜ'ର ଶୁଭାରମ୍ଭ, ଶିକ୍ଷା ସହ ଦେବ ଫିଟ୍ ରହିବା ମନ୍ତ୍ର - ଧର୍ମେନ୍ଦ୍ର ପ୍ରଧାନ

ଫିଟ ଇଣ୍ଡିଆ କୁଇଜର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଫିଟ ଇଣ୍ଡିଆ କୁଇଜର ଶୁଭାରମ୍ଭ
ଫିଟ ଇଣ୍ଡିଆ କୁଇଜର ଶୁଭାରମ୍ଭ
author img

By

Published : Sep 2, 2021, 10:32 AM IST

ଭୁବନେଶ୍ବର/ନୂଆଦିଲ୍ଲୀ: ଫିଟ ଇଣ୍ଡିଆ କୁଇଜର ଶୁଭାରମ୍ଭ ହୋଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁ ସୁବିଧା ଯୋଗାଇ ଦେବ ଫିଟ ଇଣ୍ଡିଆ କୁଇଜ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସାମିଲ ଥିଲେ ।

'ଫିଟ ଇଣ୍ଡିଆ କୁଇଜ'ର ଶୁଭରମ୍ଭ, ଶିକ୍ଷା ସହ ଦେବ ଫିଟ୍ ରହିବା ମନ୍ତ୍ର

କ୍ରୀଡା, ଶିକ୍ଷା ଏବଂ କ୍ରୀଡା ପରମ୍ପରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତ ସ୍ବାଧୀନତାର 75 ବର୍ଷର ଯାତ୍ରାରେ ଦେଶର ଖେଳାଳିମାନେ ଆମ ଦେଶ ପାଇଁ ଗୌରବ ଆଣନ୍ତୁ । ଟୋକିଓ ଅଲମ୍ପିକ୍ସରେ ବ୍ୟାଟମିଂଟନ ଖେଳାଳି ପି.ଭି ସିନ୍ଧୁ ଏବଂ ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଭଳି ଅନେକ ଖେଳାଳି ପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି । ତେଣୁ ଦେଶରେ ଶିକ୍ଷା ଏବଂ କ୍ରୀଡ଼ାକୁ ଯୋଡ଼ି ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା ପାଇଁ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମିଳିତ ଭାବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ଫିଟ୍ ଇଣ୍ଡିଆ କୁଇଜ୍‌’ ଶୁଭାରମ୍ଭ କରିଛି ।

ପାଠପଢା ସହ ଖେଳିବା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି)ରେ ପାଠପଢ଼ା ସହ କ୍ରୀଡ଼ାକୁ ପ୍ରୋତ୍ସାହନ ତଥା ପିଲାଙ୍କୁ ଫିଟ୍ ରଖିବା ପାଇଁ ବ୍ୟବସ୍ଥା ହୋଇଛି । ଶିକ୍ଷା ଏବଂ କ୍ରୀଡା ମନ୍ତ୍ରଣାଳୟ ଆଗାମୀ ଦିନରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଭାରତବର୍ଷରେ 10 କୋଟି ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ବିଭିନ୍ନ ବିଭାଗରେ ବିଜେତା ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ 3 କୋଟି 25 ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ ଆଡକୁ ମନୋଭାବ ଆଣିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । କୋଭିଡ଼୍ ସମୟରେ ଆମେ କେତେ ଫିଟ୍ ରହିବା, ତାହା ଅଧିକ ପ୍ରାସଙ୍ଗିକ ହୋଇଥିଲା । ତେଣୁ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ପାଇଁ ବିଦ୍ୟାଳୟରୁ ପ୍ରୟାସ ଆରମ୍ଭ ହେବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭାରତ ସରକାର ଆଗାମୀ ଦିନ ପାଇଁ ପ୍ରସ୍ତୁତ କରୁଥିବା ଭିତ୍ତିଭୂମିରେ ଛାତ୍ରଛାତ୍ରୀଙ୍କୁ ଖେଳ ସହ ସେମାନଙ୍କୁ ସୁସ୍ଥ ରଖିବା ଓ ସେମାନଙ୍କୁ ଆତ୍ମସମ୍ମାନର ସହ ରୋଜଗାର ଦେବା ଏହାର ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ‘ଫିଟ୍ ଇଣ୍ଡିଆ କୁଇଜ’ ଭଲ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.