ETV Bharat / city

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ସ୍ବାଭାବିକ କରିବାକୁ ଅଣ୍ଟା ଭିଡିଲା ବିଭାଗ

author img

By

Published : Apr 17, 2020, 9:47 PM IST

ଏପ୍ରିଲ ୧୩ ତାରିଖରୁ କୃଷି ଓ ଆନୁଷଙ୍ଗିକ କୃଷିକ୍ଷେତ୍ର ଯଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଲକଡାଉନ କଟକଣାରୁ ମୁକ୍ତ ରଖାଯିବ । ମାଛ, ମାଂସ, ଅଣ୍ଡା, ଦୁଧ ଆଦିକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବରେ ଘୋଷଣା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରି ଓ ପରିବହନକୁ କୋହଳ କରାଯାଇଛି ।

fishery-and-animal-husbandry-department-of-odisha-pressmet
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ସ୍ବାଭାବିକ କରିବାକୁ ଅଣ୍ଟା ଭିଡିଲା ବିଭାଗ

ଭୁବନେଶ୍ବର: କୋରୋନା ଭୂତାଣୁର ମୁକାବିଲା କରିବା ନିମନ୍ତେ ଭାରତ ସମେତ ସାରା ରାଜ୍ୟରେ ଲକଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି । ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୧୩ ତାରିଖରୁ କୃଷି ଓ ଆନୁଷଙ୍ଗିକ କୃଷିକ୍ଷେତ୍ର ଯଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରକୁ ଲକଡାଉନ କଟକଣାରୁ ମୁକ୍ତ ରଖାଯିବ । ମାଛ, ମାଂସ, ଅଣ୍ଡା, ଦୁଧ ଆଦିକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବରେ ଘୋଷଣା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରି ଓ ପରିବହନକୁ କୋହଳ କରାଯାଇଛି ।

ଆସନ୍ତା ଦିନଗୁଡିକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ତା’ର ପୂର୍ବସ୍ଥିତିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଶୁକ୍ରବାର ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଜିଲ୍ଲାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ମାଛଚାଷ, ମାଛଧରା ଓ ଏହାର ବିକ୍ରି ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାଳୟ ଆଦି କ୍ଷେତ୍ର ଖୋଲା ରହିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ସାମାଜିକ ଦୂରତ୍ବ ନିୟମକୁ ମାନି ଆନୁଷଙ୍ଗିକ କ୍ଷେତ୍ରର ସମସ୍ତ କାର୍ଯ୍ୟ କରାଯିବ । ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ୍‌ ଏବଂ ପଞ୍ଚାୟତ ସ୍ତରରେ ଥିବା ସମସ୍ତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବ ଏବଂ ଅଧିକାରୀ ଓ କର୍ମଚାରୀମାନେ ସଦର ମହକୁମା ଛାଡି ଯାଇପାରିବେ ନାହିଁ । ସେହିପରି କ୍ଷେତ୍ର ଅଧିକାରୀମାନେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଚାଷୀ ଓ ଖାଉଟିମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇ ତୁରନ୍ତ ସେଗୁଡିକର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଏକ ବିଶେଷ ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ଥିତିରେ ସୁଧାର ଆଣିବା ଦିଗରେ ଜିଲ୍ଲା ନିମନ୍ତେ ନିୟୋଜିତ ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ଦିନ ଜିଲ୍ଲାସ୍ତରୀୟ ଏବଂ ତୃଣମୂଳସ୍ତରର ଅଧିକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମାଛ, ମାଂସ, ଅଣ୍ଡା ଆଦି ଖାଇଲେ କୋରୋନା ସଂକ୍ରମଣ ହେଉଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟ କରିବା ପାଇଁ କହିଥିଲେ କୃଷି ଉତ୍ପାଦନକ ମିଶନର ପ୍ରଦୀପ୍ତ କୁମାର ମହାପାତ୍ର । ମତ୍ସ୍ୟ ଓ ପ୍ରାଣୀପାଳନ ଆଦି ଗ୍ରାମ୍ୟ ଅର୍ଥୀନତିର ଏକ ପ୍ରମୁଖ ଅଙ୍ଗ ଏବଂ ଲୋକମାନଙ୍କର ଜୀବିକା ଅର୍ଜନର ମାଧ୍ୟମ ହୋଇଥିବାରୁ ଏହି କ୍ଷେତ୍ରକୁ ଯଥାଶୀଘ୍ର ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ । ସ୍ଥିତିକୁ ସୁଧାରିବା ନିମନ୍ତେ ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ଆର୍‌ ରଘୁପ୍ରସାଦ କହିଲେ ଜିଲ୍ଲାସ୍ତରରେ ଥିବା ସମସ୍ତ ମତ୍ସ୍ୟ ଓ ପ୍ରାଣୀଜାତ ଦ୍ରବ୍ୟର ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ, ପରିବହନ ଓ ବିକ୍ରି ଆଦି ପୂର୍ବଭଳି ଚାଲୁ ରହିବ । ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ, ମାଛ ଚାଷ ଆଦି ଅତ୍ୟାବଶ୍ୟକ ଖାଦ୍ୟର ଉତ୍ପାଦନ ଏବଂ ବିକ୍ରି କାର୍ଯ୍ୟ ଚାଲୁ ରହିବ । ସମସ୍ତ ପ୍ରାଣୀ ଚିକିତ୍ସାଳୟ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା, ଲାଇଭ୍‌ଷ୍ଟକ୍‌ ସେଣ୍ଟର, କୃତ୍ରିମ ପ୍ରଜନନ କେନ୍ଦ୍ର, ଟୀକାକରଣ, ଆଦି ସମସ୍ତ ପ୍ରାଣୀସମ୍ପଦ ସେବା ବ୍ୟବସ୍ଥା ଖୋଲାରହିବ । ଗୋଶାଳାଗୁଡିକ ଖୋଲାରହିବ ଓ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ଶାସନ ସଚିବ କହିଥିଲେ । ଏଥି ସହିତ ମଧୁରଜଳ, ଖାରିପାଣି, ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ, ବରଫକଳ, ମାଛଧରା ବନ୍ଦର, ମାଛ ନିଲାମ ଆଦି ପୂର୍ବ ଭଳି ଚାଲୁ ରହିବ ବୋଲି ସେ କହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.