ETV Bharat / city

କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

author img

By

Published : May 9, 2022, 7:06 PM IST

ଝାରପଡା ଜେଲରେ କଏଦୀ କରିବେ ମାଛ ଚାଷ । ଉତ୍ପାଦ ପରେ ରେସ୍ତୋରାଁ ଗୁଡିକୁ ଖୁବଶୀଘ୍ର ମାଛ ଯୋଗାଇବ ଝାରପଡା ଜେଲ । ଅଧିକ ପଢନ୍ତୁ

କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ
କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ଭୁବନେଶ୍ବର: ରେସ୍ତୋରାଁ ଗୁଡିକୁ ଖୁବଶୀଘ୍ର ମାଛ ଯୋଗାଇବ ଝାରପଡା ଜେଲ। କାହିଁକି ନା ଜେଲରେ ବିଭିନ୍ନ ପ୍ରକାରର ମାଛ ଚାଷ କରିବେ କଏଦୀ, ଉତ୍ପାଦନ ପରେ ଏଗୁଡିକୁ ରେସ୍ତୋରାଁ ଗୁଡିକୁ ପଠାଯିବ । କିଲାପିଆ ଓ ଜାଙ୍ଗଲା ଭଳି ମାଛକୁ ଚାଷ କରିବେ ଜେଲରେ ସଜାକାଟୁଥିବା କଏଦୀ । ସାଇଣ୍ଟିଫିକ କଲଚର ବାୟୋଫ୍ଲକ ପଦ୍ଧତିରେ ହେବ ମାଛ ଚାଷ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଚଳିତ ମାସ ଶେଷ ସୁଦ୍ଧା ମାଛ ଜାଆଁଳା ଛାଡିବାକୁ ଯୋଜନା ହୋଇଛି । ୧୦ରୁ ୧୨ଲକ୍ଷ ବ୍ୟୟରେ ପ୍ରସ୍ତୁତ ହୋଇଛି ଦୁଇଟି ବାୟୋଫ୍ଲକ କୁଣ୍ଡ । ଯେଉଁଠି ଡାଇରେକ୍ଟର ଫିସରିର ସହାୟତାରେ କଏଦୀଙ୍କ ଦ୍ବାରୀ ଆରମ୍ଭ ହେବ ମାଛ ଚାଷ।

ସ୍ବଳ୍ପ ପରିମିତ ଅଞ୍ଚଳରେ ଜେଲ କଏଦୀଙ୍କ ପରିଶ୍ରମରେ ମାଛ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରିଛି ଡାଇରେକ୍ଟର ଅଫ ଫିସରି। ତେବେ ଦୁଇଟି ବାୟୋଫ୍ଲକ କୁଣ୍ଡ ପ୍ରସ୍ତୁତ କାମ ଜାରି ରହିଥିବାବେଳେ ଏହାକୁ ପରିଦର୍ଶନ କରିଛନ୍ତି ଫିସରି ଡାଇରେକ୍ଟର IAS ସ୍ମୃତିରଞ୍ଜନ ପ୍ରଧାନ। ଚଳିତ ମାସ ସୁଦ୍ଧା ମାଛ ଜାଆଁଳା ଛାଡି ୪ମାସ ମଧ୍ୟରେ ମାଛ ଧରି ବିକ୍ରି ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ୨୦ରୁ ୨୫ଜଣ କଏଦୀଙ୍କୁ ତାଲିମ ଦେବ ଫିସରି ବିଭାଗ। ଫଳରେ ସେମାନେ ତାଲିମପ୍ରାପ୍ତ ହୋଇ ଜେଲରେ ମାଛ ଚାଷ କରିବା ସହ ଜେଲରୁ ମୁକୁଳିବା ପରେ ମାଛ ଚାଷ କରି ସ୍ବାବଲମ୍ବୀ ହୋଇପାରିବେ ।

କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛକଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ବାୟୋ‌ଫ୍ଲକ କଣ ?

ବାୟୋଫ୍ଲକ ହେଉଛି ସାଇଣ୍ଟିଫିକ କଲଚର। ଯାହା ବୈଜ୍ଞାନିକ କୌଶଳରେ ମାଛଚାଷ ହୁଏ । ବିଶେଷ କରି ମାଛ ଚାଷ ପାଇଁ ପୋଖରୀ ଆବଶ୍ୟକ ପଡିଥାଏ। କିନ୍ତୁ ବାୟୋ ଫ୍ଲକ ପଦ୍ଧତି ଜରିଆରେ ଏକ ନିର୍ଦ୍ଦିଷ୍ଟ ପରିମିତ ଅଞ୍ଚଳରେ ମାଛ କୁଣ୍ଡ ପ୍ରସ୍ତୁତ କରି ସେଥିରେ ମାଛ ଚାଷ କରାଯାଏ। ଏଥିରେ ମାଛ ଗୁଡିକ ଛଡାଯାଇ ବଡ ହେବା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯାଇଥାଏ । ତେବେ ଏହି ଚାଷ କରିବାକୁ ତାଲିମ ନେବାକୁ ପଡିଥାଏ ।

ସେପଟେ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବାୟୋଫ୍ଲକ ଏକ୍ସପର୍ଟ କଲୋଲ ପରିଡା। ସେ କହିଛନ୍ତି ଏହାଦ୍ବାରା ଜେଲ କଏଦୀ ତାଲିମ ପାଇ କୁଶଳି ହୋଇପାରିବେ ଓ କଏଦୀ ମାନେ ଜେଲରୁ ମୁକୁଳି ଏଭଳି ବାୟୋଫ୍ଲକ ସେଟପ କରି ସ୍ବାବଲମ୍ବି ହୋଇପାରିବେ। କେବଳ ପଇସା ଲୋଭରେ ଏହାକୁ କଲେ ହେବ ନାହିଁ ଏହା ଏକ ସାଇଣ୍ଟିଫିକ କଲଚର ତେଣୁ ଉଚିତ ଜ୍ଞାନ କୌଶଳରେ କଲେ ଏହା ଲାଭଦାୟକ ହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.