ETV Bharat / city

15ରୁ B.Ed ଓ BHEDର ନାମଲେଖା, 17ରୁ ପାଠପଢ଼ା - ବିଏଡ୍ ବିଏଚଇଡି ପାଠ୍ୟକ୍ରମ

2021-23 ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ । ଅଧିକ ପଢନ୍ତୁ...

15ରୁ B.ED  ଓ BHEDର ନାମଲେଖା
15ରୁ B.ED ଓ BHEDର ନାମଲେଖା
author img

By

Published : Nov 12, 2021, 8:26 AM IST

ଭୁବନେଶ୍ବର: 2021-23 ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି ।

ନାମଲେଖା ସମୟରେ ଛାତ୍ରଛାତ୍ରୀ ଇଣ୍ଟିମେସନ ଲେଟର ସମେତ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ । ତେଣୁ କଲେଜ ଗୁଡିକ ଏଦିଗରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଏଡ ପାଠ୍ୟକ୍ରମ ଥିବା କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ କହିଛନ୍ତି ଯେ, ନାମଲେଖା ସମୟରେ ଇଣ୍ଟିମେସନ ଲେଟରରେ ଉଲ୍ଲେଖ ଥିବା ଛାତ୍ରଛାତ୍ରୀଙ୍କ ଓରିଜିନାଲ ଡକ୍ୟୁମେଣ୍ଟ ତଥା ସାର୍ଟିଫିକେଟକୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ । ଆବଶ୍ୟକୀୟ ଫି' ଗ୍ରହଣ କରିବା ପରେ ନାମ ଲେଖାଇବା ଦିଗରେ ପଦକ୍ଷେପ ନିଆଯିବ । ଡକ୍ୟୁମେଣ୍ଟ ଓ ଆପ୍ଲିକେସନ ଫର୍ମରେ କିଛି ତ୍ରୁଟି ଥିଲେ ତୁରନ୍ତ ଶିକ୍ଷା ସେକ୍ସନକୁ ପଠାଇବାକୁ କଲେଜ ଅଧ୍ୟକ୍ଷକଙ୍କୁ କୁହାଯାଇଛି ।

ନଭେମ୍ବର ୧୭ରୁ ପାଠପଢା ଆରମ୍ଭ ହେବ । କୋରୋନା କଟକଣା ମଧ୍ୟରେ ନାମଲେଖା ସହ ପାଠପଢାଇବାକୁ ବିଭାଗ ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ୮୦ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି । ଦିବ୍ୟାଙ୍ଗ କ୍ଷେତ୍ରରେ ମେଡିକାଲ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ହୋଇଛି । ଯଦି କୌଣସି ଛାତ୍ରଛାତ୍ରୀ ନିୟନ ଭାଙ୍ଗନ୍ତି ତେବେ ନାମଲେଖାକୁ ବାତିଲ କରାଯିବ । ଦ୍ବିତୀୟ ପର୍ଯ୍ୟାୟ ଚୟନ ପୂର୍ବରୁ ଆବଶ୍ୟକ ହେଲେ ସାମ୍ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଲାଇଡ ଅପ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ବିଏଡ ପାଇଁ 949 ଜଣ ହୋଇଥିବାବେଳେ ବିଏଚ୍ଇଡିରେ 50ଜଣଙ୍କୁ ମନୋନୟନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.